ବ୍ରେକଅପ ଦେଇଛି କଷ୍ଟ
ତନୀଷା ମୁଖାର୍ଜୀ ନିଜର ଫିଲ୍ମ ଠାରୁ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ଅଭିନେତ୍ରୀ ନିଜର ଲଭଲାଇଫକୁ ନେଇ ମନଖୋଲି କଥା ହୋଇଛନ୍ତି । ତନୀଷା ଅତୀତରେ ଉଦୟ ଚୋପ୍ରା ଓ ଅରମାନ କୋହଲିଙ୍କ ସହିତ ରିଲେସନ ସିପରେ ରହିଛନ୍ତି । ତେବେ ଏହି ଦୁଇଜଣଙ୍କ ସହିତ ତାଙ୍କ ବ୍ରେକ ଅପ ହୋଇ ସାରିଛି । ଦୁଇଥର ତାଙ୍କର ହୃଦୟ ଭାଙ୍ଗିଛି । ହେଲେ ଉଦୟ ଚୋପ୍ରାଙ୍କ ସହିତ ତାଙ୍କର ବ୍ରେକଅପ ହେବାବେଳେ ତାଙ୍କୁ […]
ତନୀଷା ମୁଖାର୍ଜୀ ନିଜର ଫିଲ୍ମ ଠାରୁ ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ଅଭିନେତ୍ରୀ ନିଜର ଲଭଲାଇଫକୁ ନେଇ ମନଖୋଲି କଥା ହୋଇଛନ୍ତି । ତନୀଷା ଅତୀତରେ ଉଦୟ ଚୋପ୍ରା ଓ ଅରମାନ କୋହଲିଙ୍କ ସହିତ ରିଲେସନ ସିପରେ ରହିଛନ୍ତି । ତେବେ ଏହି ଦୁଇଜଣଙ୍କ ସହିତ ତାଙ୍କ ବ୍ରେକ ଅପ ହୋଇ ସାରିଛି । ଦୁଇଥର ତାଙ୍କର ହୃଦୟ ଭାଙ୍ଗିଛି । ହେଲେ ଉଦୟ ଚୋପ୍ରାଙ୍କ ସହିତ ତାଙ୍କର ବ୍ରେକଅପ ହେବାବେଳେ ତାଙ୍କୁ ଅଧିକ କଷ୍ଟ ହୋଇଥିଲା ବୋଲି ତନୀଷା ପ୍ରକାଶ କରିଛନ୍ତି । ଅରମାନଙ୍କ ସହିତ ବ୍ରେକ ଅପ ହେବାବେଳେ ତାଙ୍କୁ କଷ୍ଟ ହୋଇଥିଲା ହେଲେ ଉଦୟଙ୍କ ସହିତ ବ୍ରେକଅପ ହେବାବେଳେ ଏହାଠାରୁ ବେଶି କଷ୍ଟ ହୋଇଥିଲା । ଉଦୟଙ୍କ ସହିତ ସେ ଅଧିକ କ୍ଲୋଜଥିଲେ, ତେଣୁ ତାଙ୍କଠାରୁ ଦୂରେଇବା ତାଙ୍କ ପାଇଁ ସହଜ ନଥିଲା । ଅରମାନଙ୍କ ସହିତ ତାଙ୍କର ସମ୍ପର୍କ ବିଗବସରେ ଗଢିଉଠିଥିଲା ଯାହା ପରେ ଭାଙ୍ଗିଯାଇଥିଲା ତେଣୁ ଏହା ଏତେ କଷ୍ଟ ନଥିଲା । କିନ୍ତୁ ଉଦୟ ଚୋପ୍ରା ପ୍ରଥମେ ତାଙ୍କର ଭଲ ସାଙ୍ଗଥିଲେ ଏବଂ ପରେ ସେମାନେ ରିଲେସନ ସିପ୍କୁ ଆସିଥିଲେ ତେଣୁ ଉଦୟଙ୍କ ସହିତ ବ୍ରେକଅପ ବେଶି କଷ୍ଟ ଦାୟକ ଥିଲା ।




