ବ୍ରିଟିଶ ନିର୍ଦ୍ଦେଶକଙ୍କ ସହ କରିବେ କାମ

ଆଲିଆ ଭଟ୍ଟ ବର୍ତ୍ତମାନ ବି ଟାଉନ୍‌ର ସବୁଠାରୁ ଲିଡିଂ ଆକ୍ଟ୍ରେସଙ୍କ ମଧ୍ୟରେ ଜଣେ । ନିଜର ଆକଫିଂ ବଳରେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ଆଲିଆ । ଫିଲ୍ମ ଇଣ୍ଡଷ୍ଟ୍ରୀର ଅପକମିଂ ସୁପରଷ୍ଟାର ଭାବେ ଆଲିଆଙ୍କ ନାଁ ସବୁଠାରୁ ଆଗରେ । ତେବେ ସୂଚନା ଅନୁସାରେ ଆଲିଆଙ୍କର ଆଗକୁ ଖୁବ ଭଲଭଲ ପ୍ରୋଜେକ୍ଟ ଆସିବାକୁ ଯାଉଛି । ଇଣ୍ଡୋ ବ୍ରିଟିଶ ନିର୍ଦ୍ଦେଶକ ଗୁରିନ୍ଦର ଚଢାଙ୍କ ସହିତ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ । ଗୁରିନ୍ଦର ଚଢାଙ୍କର ବହୁ […]

Samaya Live Picture
Published On

ଆଲିଆ ଭଟ୍ଟ ବର୍ତ୍ତମାନ ବି ଟାଉନ୍‌ର ସବୁଠାରୁ ଲିଡିଂ ଆକ୍ଟ୍ରେସଙ୍କ ମଧ୍ୟରେ ଜଣେ । ନିଜର ଆକଫିଂ ବଳରେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ଆଲିଆ । ଫିଲ୍ମ ଇଣ୍ଡଷ୍ଟ୍ରୀର ଅପକମିଂ ସୁପରଷ୍ଟାର ଭାବେ ଆଲିଆଙ୍କ ନାଁ ସବୁଠାରୁ ଆଗରେ । ତେବେ ସୂଚନା ଅନୁସାରେ ଆଲିଆଙ୍କର ଆଗକୁ ଖୁବ ଭଲଭଲ ପ୍ରୋଜେକ୍ଟ ଆସିବାକୁ ଯାଉଛି । ଇଣ୍ଡୋ ବ୍ରିଟିଶ ନିର୍ଦ୍ଦେଶକ ଗୁରିନ୍ଦର ଚଢାଙ୍କ ସହିତ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ । ଗୁରିନ୍ଦର ଚଢାଙ୍କର ବହୁ ପ୍ରତିକ୍ଷିତ ଇଣ୍ଡିଆନ ପ୍ରିନ୍ସେସ୍‌ ମ୍ୟୁଜିକାଲରେ ଆଲିଆଙ୍କୁ ଦେଖିବାକୁ ମିଳିବ । ଡିଜିନ୍‌ ସହିତ ମିଶି ଗୁରିନ୍ଦର ଏହି ପ୍ରୋଜେକ୍ଟକୁ ପ୍ରସ୍ତୁତ କରିବା ନେଇ ସୂଚନା ରହିଛି । ଫିଲ୍ମକୁ ନେଇ ସୂଚନା ଆସିବା ପରେ ଆଲିଆଙ୍କ ଫ୍ୟାନ ବେଶ୍‌ ଖୁସି ଅଛନ୍ତି । ହେଲେ ଏ ନେଇ କୌଣସି ଔପଚାରିକ ଘୋଷଣା ହୋଇ ନାହିଁ । ସୂଚନା ଅନୁସାରେ ଆଲିଆଙ୍କ ସହିତ ଗୁରିନ୍ଦରଙ୍କ ଆଲୋଚନା ଚାଲିଛି । ଖୁବଶୀଘ୍ର ଏ ନେଇ ଘୋଷଣା ହେବ ବୋଲି ଚର୍ଚ୍ଚା ହେଉଛି । ଆଗକୁ ଆଲିଆଙ୍କୁ ଆକସନ୍‌ ଥ୍ରିଲର ଜିଗରାରେ ଦେଖିବାକୁ ମିଳିବ । ଆଲିଆଙ୍କ ଆଉ ପ୍ରୋଜେକ୍ଟ ସ୍ପାଏ ୟୁନିଭର୍ସର ବର୍ତ୍ତମାନ ସୁଟିଂ ଜାରି ରହିଛି । ଏହାସହିତ ତାଙ୍କର ଆଗକୁ ରଣବୀର କପୁରଙ୍କ ସହ ମଧ୍ୟ ଏକ ପ୍ରୋଜେକ୍ଟ ଆସିବା ନେଇ ଚର୍ଚ୍ଚା ହେଉଛି ।

Tags: