ବୁଲା ଗାଈଗୋରୁ ଓ କୁକୁରମାନଙ୍କୁ ଖାଇବାକୁ ଦେଲେ ସୋନମ୍

କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ବୁଲା ଗୋରୁଗାଈ ଓ କୁକୁର ଆଦି ହଇରାଣ ହେଉଛନ୍ତି। କାରଣ ସେମାନେ ବିଶେଷ କରି ହୋଟେଲ୍ ଓ ଢାବା ଆଦିର ବଳକା ଖାଦ୍ୟ ଖାଇ ବଞ୍ଚନ୍ତି। ଏଭଳି ବୁଲା ପଶୁମାନଙ୍କ ପାଇଁ ବିଭିନ୍ନ ରାଜ୍ୟର ସରକାରମାନେ ପଦକ୍ଷେପ ନେଇଥିବା ବେଳେ ଲୋକେ ମଧ୍ୟ ଏ ଦିଗରେ ସହଯୋଗର ହାତ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଥିଲେ। ବହୁତ ଜାଗାରେ ଦେଖାଯାଉଛି ଯେ ଲୋକେ ବୁଲା ଗାଈଗୋରୁ […]

Samaya Live Picture
Published On

କରୋନା ଯୋଗୁ ସାରା ଦେଶ ଲକ୍‌ଡାଉନ୍‌ରେ ଥିବା ବେଳେ ବୁଲା ଗୋରୁଗାଈ ଓ କୁକୁର ଆଦି ହଇରାଣ ହେଉଛନ୍ତି। କାରଣ ସେମାନେ ବିଶେଷ କରି ହୋଟେଲ୍ ଓ ଢାବା ଆଦିର ବଳକା ଖାଦ୍ୟ ଖାଇ ବଞ୍ଚନ୍ତି। ଏଭଳି ବୁଲା ପଶୁମାନଙ୍କ ପାଇଁ ବିଭିନ୍ନ ରାଜ୍ୟର ସରକାରମାନେ ପଦକ୍ଷେପ ନେଇଥିବା ବେଳେ ଲୋକେ ମଧ୍ୟ ଏ ଦିଗରେ ସହଯୋଗର ହାତ ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ୍ କରିଥିଲେ। ବହୁତ ଜାଗାରେ ଦେଖାଯାଉଛି ଯେ ଲୋକେ ବୁଲା ଗାଈଗୋରୁ ଓ କୁକୁରମାନଙ୍କୁ ଖାଇବାକୁ ଦେଉଛନ୍ତି। ଆଉ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ମଧ୍ୟ ଏଥିପାଇଁ ଆଗେଇ ଆସିଛନ୍ତି।

 

ସୋନମ୍ କପୁର ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ‘ଭାନେ’ ନାମକ ଏକ ପୋଷାକ ବ୍ରାଣ୍ଡ ଚଲାନ୍ତି। ତାଙ୍କର ଏହି କମ୍ପାନୀର ଲାଭାଂଶକୁ ସେ ବୁଲା ଗାଈଗୋରୁ ଓ କୁକୁରଙ୍କ ପାଇଁ ଖର୍ଚ୍ଚ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

 

 

Tags: