ବିବାହ କରିବେ ରିଚା-ଅଲୀ

ବଲିଉଡ୍‌ ଅଭିନେତା ଅଲୀ ଫଜଲ ନିଜ ଲଭ୍‌ ଅଫେୟାର୍‌କୁ ନେଇ ଏବେ ଟିକେ ଅଧିକ ଚର୍ଚ୍ଚାରେ ଅଛନ୍ତି। ଅନେକଦିନ ହେବ ଅଲୀ ଓ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ଡେଟିଂ ଖବରକୁ ନେଇ ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ଖବର ଆସିଛି ଯେ ଅଲୀ କୁଆଡ଼େ ରିଚାଙ୍କୁ ବାହାଘର ପାଇଁ ପ୍ରପୋଜ୍ କରିସାରିଛନ୍ତି। ଅଲୀ ଗତ ମାସରେ ରିଚାଙ୍କୁ ପ୍ରପୋଜ୍‌ କରିଥିଲେ। ରିଚା ମଧ୍ୟ ଡେରି ନ କରି ବାହାଘର ପାଇଁ ହଁ କରିଦେଇଛନ୍ତି। ୨୦୧୩ରେ ଫିଲ୍ମ ‘ଫୁକ୍‌ରେ’ […]

Samaya Live Picture
Published On

ବଲିଉଡ୍‌ ଅଭିନେତା ଅଲୀ ଫଜଲ ନିଜ ଲଭ୍‌ ଅଫେୟାର୍‌କୁ ନେଇ ଏବେ ଟିକେ ଅଧିକ ଚର୍ଚ୍ଚାରେ ଅଛନ୍ତି। ଅନେକଦିନ ହେବ ଅଲୀ ଓ ଅଭିନେତ୍ରୀ ରିଚା ଚଡ୍ଡାଙ୍କ ଡେଟିଂ ଖବରକୁ ନେଇ ଚର୍ଚ୍ଚା ହେଉଛି। ତେବେ ବର୍ତ୍ତମାନ ଖବର ଆସିଛି ଯେ ଅଲୀ କୁଆଡ଼େ ରିଚାଙ୍କୁ ବାହାଘର ପାଇଁ ପ୍ରପୋଜ୍ କରିସାରିଛନ୍ତି। ଅଲୀ ଗତ ମାସରେ ରିଚାଙ୍କୁ ପ୍ରପୋଜ୍‌ କରିଥିଲେ। ରିଚା ମଧ୍ୟ ଡେରି ନ କରି ବାହାଘର ପାଇଁ ହଁ କରିଦେଇଛନ୍ତି। ୨୦୧୩ରେ ଫିଲ୍ମ ‘ଫୁକ୍‌ରେ’ ସେଟ୍‌ରେ ଏ ଦୁହିଁଙ୍କର ଦେଖା ହୋଇଥିଲା। ସେବେଠୁ ଦୁହେଁ ଭଲ ବନ୍ଧୁ ହୋଇଯାଇଥିଲେ। ତେବେ ୨୦୧୫ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି। ଡେଟିଂ କରିବାର ପ୍ରାୟ ୨ ବର୍ଷ ପରେ ଅର୍ଥାତ୍ ୨୦୧୭ରେ ଏମାନେ ନିଜ ସମ୍ପର୍କକୁ ସର୍ବସମ୍ମୁଖରେ ସ୍ୱୀକାର କରିଥିଲେ।ଏମାନେ ଚଳିତ ବର୍ଷ ହିଁ ବାହା ହେବେ। ତେବେ ଏ ନେଇ କିଛି ନିର୍ଦ୍ଦିଷ୍ଟ ତାରିଖ ଜଣାପଡ଼ିନି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଠିକ୍ ସମୟରେ ବାହାଘର ତାରିଖ ବିଷୟରେ ଘୋଷଣା କରାଯିବ ବୋଲି ରିଚା କହିଛନ୍ତି। ତେବେ ଏମାନଙ୍କ ବାହାଘର ଦୁଇଦିନ ଧରି ହେବ ବୋଲି ଜଣାପଡ଼ିଛି। ଆଉ ଏଥିରେ କେବଳ ସେମାନଙ୍କ ପରିବାର ଲୋକଙ୍କ ସହିତ ଘନିଷ୍ଠ ବନ୍ଧୁବାନ୍ଧବମାନେ ସାମିଲ ହେବେ।

Tags: