ବିବାହକୁ ନେଇ ପୁଣି ଚର୍ଚ୍ଚାରେ

ମାତ୍ର ୨ବର୍ଷ ତଳେ ବିବାହ କରିଥିବା ଅଭିନେତ୍ରୀ ହଂସିକା ମୋଟବାନୀଙ୍କର ଖୁବଶୀଘ୍ର ବିବାହ ବିଚ୍ଛେଦ ହେବାନେଇ ସୂଚନା ମିଳିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି । ଏପରିକି ଉଭୟ ଅନେକ ଦିନ ଧରି ଏକାଠି ରହୁ ନଥିବାନେଇ ମଧ୍ୟ ସୂଚନା ମିଳୁଛି । ସୂଚନା ଅନୁସାରେ ସେ ବର୍ତ୍ତମାନ ନିଜ ମାଆଙ୍କ ସହିତ ରହୁଛନ୍ତି । ସେହିଭଳି ତାଙ୍କ ସ୍ୱାମୀ ନିଜ ପିତାମାତାଙ୍କ ସହିତ ରହୁଛନ୍ତି । ଡିସେମ୍ବର ୨୦୨୨ରେ ବିବାହପରେ […]

ବିବାହକୁ ନେଇ ପୁଣି ଚର୍ଚ୍ଚାରେ
Samaya Live Picture
Published On

ମାତ୍ର ୨ବର୍ଷ ତଳେ ବିବାହ କରିଥିବା ଅଭିନେତ୍ରୀ ହଂସିକା ମୋଟବାନୀଙ୍କର ଖୁବଶୀଘ୍ର ବିବାହ ବିଚ୍ଛେଦ ହେବାନେଇ ସୂଚନା ମିଳିଛି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି । ଏପରିକି ଉଭୟ ଅନେକ ଦିନ ଧରି ଏକାଠି ରହୁ ନଥିବାନେଇ ମଧ୍ୟ ସୂଚନା ମିଳୁଛି । ସୂଚନା ଅନୁସାରେ ସେ ବର୍ତ୍ତମାନ ନିଜ ମାଆଙ୍କ ସହିତ ରହୁଛନ୍ତି । ସେହିଭଳି ତାଙ୍କ ସ୍ୱାମୀ ନିଜ ପିତାମାତାଙ୍କ ସହିତ ରହୁଛନ୍ତି । ଡିସେମ୍ବର ୨୦୨୨ରେ ବିବାହପରେ ହଂସିକା ନିଜ ଶାଶୁଘର ଲୋକଙ୍କ ସହିତ ରହୁଥିଲେ । ହେଲେ ସେହିସମୟରେ ବଡ ପରିବାର ସହିତ ରହିବା ଓ ଆଡଜଷ୍ଟ କରିବା ତାଙ୍କ ପାଇଁ ଅସୁବିଧା ହୋଇଥିଲା । ତେଣୁ ସେହି ବିଲ୍ଡିଂରେ ଉଭୟ ଏକ ଭିନ୍ନ ଘରନେଇ ରହୁଥିଲେ । ହେଲେ ବର୍ତ୍ତମାନର ଖବର ଅନୁସାରେ ଉଭୟଙ୍କ ଭିତରେ କିଛି ସସମ୍ୟା ଉପୁଜିଛି, ଯେଉଁ କାରଣରୁ ଉଭୟ ଅଲଗାହେବା କଥା ଚର୍ଚ୍ଚା ହେଉଛି । ତେବେ ହଂସିକା ଏ ସମ୍ପର୍କରେ କୌଣସି ମତ ଦେଇନଥିବାବେଳେ ତାଙ୍କ ସ୍ୱାମୀ ଏହାକୁ ଖଣ୍ଡନ କରିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଫ୍ୟାନ୍‌ମାନେ ଏହାକୁ ସତ ବୋଲି ଗ୍ରହଣ କରିଛନ୍ତି । ବିବାହ ପୂର୍ବରୁ ମଧ୍ୟ ଉଭୟଙ୍କ ସମ୍ପର୍କ ଖୁବ ଚର୍ଚ୍ଚାରେ ଥିଲା କାରଣ ହଂସିକାଙ୍କ ସାଙ୍ଗଙ୍କର ପୂର୍ବତନ ସ୍ୱାମୀକୁ ହିଁ ହଂସିକା ବିବାହ କରିଥିଲେ । ଏହାପରେ ଲୋକମାନେ ହଂସିକାଙ୍କୁ ସେତେବେଳେ କଡା ସମାଲୋଚନା କରିଥିଲେ ।

Tags: