ବିନା ପ୍ରମୋସନରେ ସିନେମା ରିଲିଜ୍‌

ଆଜିକାଲି ଗୋଟିଏ ଫିଲ୍ମ ଆସିବା ଆଗରୁ ସୋସିଆଲ ମିଡିଆ, ଗଣମାଧ୍ୟମ ଭଳି ସ୍ଥାନରେ ଫିଲ୍ମର ଟ୍ରେଲର, ପ୍ରିମିଅର ଭଳି ଅନେକ ପ୍ରୋମୋସନ ଦେଖିବାକୁ ମିଳୁଛି । ଅନେକ ଏଭଳି ବ୍ଲଗିଂ ଏହି ସମୟରେ ଦେଖିବାକୁ ମିଳିଥାଏ ଯେଉଁମାନେ ଫିଲ୍ମର ପ୍ରମୋସନ କରିଥାନ୍ତି, ଯାହା ପରେ ଫିଲ୍ମ ରିଲିଜ୍‌ ହୋଇଥାଏ । ଏ ସମସ୍ତକଥା ଫିଲ୍ମକୁ ହିଟ୍‌ କରାଇବା ପାଇଁ ଆପଣାଯାଇଥାଏ । ହେଲେ ନିକଟରେ ବଲିଉଡରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଓ୍ୱାଇଆର୍‌ଏଫ୍‌ ଷ୍ଟୁଡିଓ ପକ୍ଷରୁ […]

ବିନା ପ୍ରମୋସନରେ ସିନେମା ରିଲିଜ୍‌
Samaya Live Picture
Published On

ଆଜିକାଲି ଗୋଟିଏ ଫିଲ୍ମ ଆସିବା ଆଗରୁ ସୋସିଆଲ ମିଡିଆ, ଗଣମାଧ୍ୟମ ଭଳି ସ୍ଥାନରେ ଫିଲ୍ମର ଟ୍ରେଲର, ପ୍ରିମିଅର ଭଳି ଅନେକ ପ୍ରୋମୋସନ ଦେଖିବାକୁ ମିଳୁଛି । ଅନେକ ଏଭଳି ବ୍ଲଗିଂ ଏହି ସମୟରେ ଦେଖିବାକୁ ମିଳିଥାଏ ଯେଉଁମାନେ ଫିଲ୍ମର ପ୍ରମୋସନ କରିଥାନ୍ତି, ଯାହା ପରେ ଫିଲ୍ମ ରିଲିଜ୍‌ ହୋଇଥାଏ । ଏ ସମସ୍ତକଥା ଫିଲ୍ମକୁ ହିଟ୍‌ କରାଇବା ପାଇଁ ଆପଣାଯାଇଥାଏ । ହେଲେ ନିକଟରେ ବଲିଉଡରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଓ୍ୱାଇଆର୍‌ଏଫ୍‌ ଷ୍ଟୁଡିଓ ପକ୍ଷରୁ ଅହାନ୍‌ ପାଣ୍ଡେ ଓ ଅଭିନେତ୍ରୀ ଅନିତଙ୍କ ଡେବ୍ୟୁ ଫିଲ୍ମ ସାଇୟାରାକୁ ଏକ ଅଭିନବ ଉପାୟରେ ଲଞ୍ଚ କରିବାକୁ ପ୍ରୟାସ କରାଯାଇଛି । ବିନା ପ୍ରମୋସନରେ ଏହି ଫିଲ୍ମକୁ ଫ୍ଲୋରକୁ ଆଣିବାକୁ ଯୋଜନା କରିଛନ୍ତି ପ୍ରଡକସନ୍‌ ହାଉସ । ତେବେ ନିକଟରେ ଏହାର କିଛି ଗୀତ ଓ ଟ୍ରେଲର ରିଲିଜ୍‌ ହୋଇଛି, ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ହେଲେ କେବଳ ଏହି ଟ୍ରେଲର ଓ ଗୀତ ଦର୍ଶକଙ୍କୁ ହଲ୍‌କୁ ଟାଣିବାକୁ ସକ୍ଷମ ହେବ କି ନାହିଁ ସେ ନେଇ ଆଲୋଚନା ଜାରି ରହିଛି । ସୋସିଆଲ ମିଡିଆ ଆଗରୁ ବଲିଉଡ ଫିଲ୍ମ ଯେଉଁଭଳି ପ୍ରମୋସନ ହେଉଥିବା ସେହି ପ୍ରଥାକୁ ଆପଣାଇବାକୁ ଟିମ୍‌ ନିଷ୍ପତ୍ତି ନେଇଛି । ସେତେବେଳେ ଯେପରି ଆକଫରମାନେ କେବଳ କିଛି ସାକ୍ଷାତକାର ଦେଇ ଫିଲ୍ମର ପ୍ରମୋସନ କରୁଥିଲେ, ସେହି ପ୍ରକ୍ରିୟା ଏହି ଫିଲ୍ମ ପାଇଁ ଆପଣାଯାଇଥିବା ଦେଖିବାକୁ ମିଳିଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ମୋହିତ ସୁରୀ ନେଇଥିବାବେଳେ ଏହାକୁୟଶରାଜ୍‌ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ସୂଚନା ଅନୁସାରେ ଫିଲ୍ମଟି ଜୁଲାଇ ୧୮ରେ ରିଲିଜ୍‌ ହେବ ।

Tags: