ବାହାହେଲେ କି କଙ୍ଗନା
ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାନାୱତଙ୍କ ଗୁପ୍ତ ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ନିକଟରେ ଏକ ଭାଇରାଲ୍ ଭିଡିଓରେ ସେ ମଙ୍ଗଳସୂତ୍ର ଓ ସବୁଜ ଚୁଡ଼ି ପିନ୍ଧି ଏକ ପାରମ୍ପରିକ ବିବାହିତ ମହିଳା ରୂପରେ ନଜର ଆସିଥିଲେ, ଯାହାକୁ ଦେଖି ପ୍ରଶଂସକଙ୍କ ମଧ୍ୟରେ ତାଙ୍କ ଗୁପ୍ତ ବିବାହର ଗୁଜବ ସୃଷ୍ଟି ହୋଇଥିଲା । ତେବେ ଏହି ଆଲୋଚନା ଉପରେ ବିରାମ କଙ୍ଗନା ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରିରେ ଲଗାଇଛନ୍ତି । କଙ୍ଗନା କହିଛନ୍ତି କି, ସେ ପ୍ରତିଦିନ ସହର ଓ ଏହାର ଆଖପାଖ ଅଞ୍ଚଳରେ ସୁଟିଂ କରୁଛନ୍ତି ଏବଂ ଚଳଚ୍ଚିତ୍ରର ଚରିତ୍ର ମେକଅପ୍ରେ କେହି ଜଣେ ତାଙ୍କର ଏହି ଫଟୋ ଉଠାଇ ଭାଇରାଲ୍ କରିଦେଇଛନ୍ତି । ଏହି କାରଣରୁ ତାଙ୍କ ପାଖକୁ ଅନେକ ଫୋନ କଲ୍ ଆସୁଛି, କିନ୍ତୁ ଜଣେ ଅଭିନେତ୍ରୀ ବିଭିନ୍ନ ପ୍ରକାରର ଭୂମିକା ଗ୍ରହଣ କରୁଥିବାରୁ ବିବାହିତ ମହିଳା ରୂପରେ ନଜର ଆସିବା କୌଣସି ବଡ଼ କଥା ନୁହେଁ ବୋଲି କଙ୍ଗନା ମତ ଦେଇଛନ୍ତି । ଏହାସହ ସେ କେବେହେଲେ ଲୁଚିଛପି ବିବାହ କରିବେ ନାହିଁ ବୋଲି ପ୍ରଶଂସକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ନିର୍ଦ୍ଦେଶକ ବିକାଶ ବହଲ ମଧ୍ୟ ଏହି ଖବରକୁ ନିଶ୍ଚିତ କରି କହିଛନ୍ତି ଯେ, ୨୦୧୪ ମସିହାର ସୁପରହିଟ୍ ଫିଲ୍ମ 'କ୍ୱିନ୍' ର ସିକ୍ୟୁଏଲ୍ 'କ୍ୱିନ୍ ୨'ର କାହାଣୀ ପ୍ରସ୍ତୁତ ହୋଇ ସୁଟିଂ ଆରମ୍ଭ ହୋଇସାରିଛି ଏବଂ ଏହା ସେହି ସେଟ୍ର ଲୁକ୍ ଅଟେ ।



