ବାପ ଘରେ ରହିବେ କି ସୋନାକ୍ଷୀ !
ବିଗତ କିଛି ଦିନ ହେବ ସୋନାକ୍ଷୀ ନିଜର ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ବିବାହ ଖବର ଜଣା ପଡିବା ପରେ ଏହାକୁ ନେଇ ଅନେକ ଜଣା ଅଜଣା କଥାର ଚର୍ଚ୍ଚା ହେବାରେ ଲାଗିଛି । ଚର୍ଚ୍ଚା ଅନୁସାରେ ଏହି ବିବାହ ଜୁନ୍ ୨୩ରେ ହେବାକୁ ଯାଉଛି । ତେବେ ଏହାରି ଭିତରେ ସୋନାକ୍ଷୀଙ୍କର ଏକ ପୁରୁଣା ଷ୍ଟେଟମେଣ୍ଟକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେବା ଆରମ୍ଭ ହୋଇଛି । ନିଜର ଏକ ପୁରୁଣା […]
ବିଗତ କିଛି ଦିନ ହେବ ସୋନାକ୍ଷୀ ନିଜର ବିବାହକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ବିବାହ ଖବର ଜଣା ପଡିବା ପରେ ଏହାକୁ ନେଇ ଅନେକ ଜଣା ଅଜଣା କଥାର ଚର୍ଚ୍ଚା ହେବାରେ ଲାଗିଛି । ଚର୍ଚ୍ଚା ଅନୁସାରେ ଏହି ବିବାହ ଜୁନ୍ ୨୩ରେ ହେବାକୁ ଯାଉଛି । ତେବେ ଏହାରି ଭିତରେ ସୋନାକ୍ଷୀଙ୍କର ଏକ ପୁରୁଣା ଷ୍ଟେଟମେଣ୍ଟକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେବା ଆରମ୍ଭ ହୋଇଛି । ନିଜର ଏକ ପୁରୁଣା ସାକ୍ଷାତକାରରେ ସୋନାକ୍ଷୀ ବିବାହ ପରେ ନିଜ ଘର ଛାଡିବା ନେଇ ଏକ ମନ୍ତବ୍ୟ ଦେଇଥିଲେ । ବିବାହ ପରେ ବି ସୋନାକ୍ଷୀ ନିଜ ଘରେ ରୁହନ୍ତୁ ବୋଲି ଶତ୍ରଘ୍ନ ସିହ୍ନା ଚାହୁଛନ୍ତି, ଏଭଳି ଷ୍ଟେଟମେଣ୍ଟ ସୋନାକ୍ଷୀ ନିଜ ମନ୍ତବ୍ୟରେ କହିଥିଲେ । ତେବେ ଏବେ ସୋନାକ୍ଷୀଙ୍କ ବିବାହ ହେବାକୁ ଯାଉଥିବାରୁ ଏନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ବିବାହ ପରେ ସୋନାକ୍ଷୀ କେଉଁଠି ରହିବେ ସେନେଇ ଫ୍ୟାନମାନେ ଆଲୋଚନା କରୁଛନ୍ତି । ଯଦି ସୋନାକ୍ଷୀ ବିବାହ ପରେ ନିଜ ଘର ଛାଡିବାକୁ ଚାହାନ୍ତି ତେବେ ଶତ୍ରୁଘ୍ନ ସିହ୍ନାଙ୍କର କେଉଁଭଳି ରିଆକସନ୍ ରହିବ ସେନେଇ ସମସ୍ତେ କଥା ହେଉଛନ୍ତି ।




