ବଲିଉଡରେ ହଲିଉଡ ଷ୍ଟାର
ହଲିଉଡର ପରିଚିତ ଅଭିନେତ୍ରୀ ସିଡନୀ ସ୍ୱିନୀ ଖୁବ ଜଲଦି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ଏହି ଡେବ୍ୟୁ ପାଇଁ ପାଖାପାଖି ୫୦୦ କୋଟି ନେଇଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଭାରତର ଏକ ପ୍ରଡକସନ୍ ହାଉସ ଅଭିନେତ୍ରୀଙ୍କୁ ୫୩୦ କୋଟିର ଅଫର ଦେଇଛି । ଏହି ଡିଲ୍ରେ ୪୧୫ କୋଟି ଫିସ ଓ ୧୧୫ କୋଟି ସ୍ପନ୍ସରସିପ ଡିଲ ରହିଛି । ଅଭିନେତ୍ରୀଙ୍କ ସହାୟତାରେ ଫିଲ୍ମକୁ ଗ୍ଲୋବାଲ ପ୍ଲାଟଫର୍ମରେ ହିଟ୍ କରାଇବା ପାଇଁ […]
ହଲିଉଡର ପରିଚିତ ଅଭିନେତ୍ରୀ ସିଡନୀ ସ୍ୱିନୀ ଖୁବ ଜଲଦି ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ଏହି ଡେବ୍ୟୁ ପାଇଁ ପାଖାପାଖି ୫୦୦ କୋଟି ନେଇଥିବା ଚର୍ଚ୍ଚା ହେଉଛି । ସୂଚନା ଅନୁସାରେ ଭାରତର ଏକ ପ୍ରଡକସନ୍ ହାଉସ ଅଭିନେତ୍ରୀଙ୍କୁ ୫୩୦ କୋଟିର ଅଫର ଦେଇଛି । ଏହି ଡିଲ୍ରେ ୪୧୫ କୋଟି ଫିସ ଓ ୧୧୫ କୋଟି ସ୍ପନ୍ସରସିପ ଡିଲ ରହିଛି । ଅଭିନେତ୍ରୀଙ୍କ ସହାୟତାରେ ଫିଲ୍ମକୁ ଗ୍ଲୋବାଲ ପ୍ଲାଟଫର୍ମରେ ହିଟ୍ କରାଇବା ପାଇଁ ମେକର୍ସ ଏପରି ପଦକ୍ଷେପ ନେଇଥିବା ଜଣା ପଡିଛି । ତେବେ ସିଡନୀ ଏହି ଡିଲ୍କୁ ହଁ କହିଛନ୍ତି କି ନାହିଁ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ । ସେହିଭଳି ଏହି ଫିଲ୍ମଟି ବଲିଉଡର ସବୁଠାରୁ ଦାମୀ ଫିଲ୍ମ ହେବ ବୋଲିମଧ୍ୟ ଚର୍ଚ୍ଚା ହେଉଛି । ଫିଲ୍ମରେ ସିଡନୀ ଜଣେ ଆମେରିକୀୟ ଚରିତ୍ରରେ ନଜର ଆସିବେ ଯାହାକୁ ଜଣେ ଭାରତୀୟ ସେଲିବ୍ରିଟିଙ୍କୁ ପ୍ରେମ ହେଉଛି । ଫିଲ୍ମର ସୁଟିଂ ଲଣ୍ଡନ, ଦୁବାଇ,ନ୍ୟୁୟର୍କ ଓ ପ୍ୟାରିସ ହେବ । ତେବେ ଏହି ଫିଲ୍ମର ଟାଇଟଲକୁ ନେଇ କୌଣସି ସୂଚନା ନାହିଁ । ସେହିଭଳି ଫିଲ୍ମକୁ କେଉଁ ପ୍ରଡକସନ୍ ହାଉସ ନିର୍ମାଣ କରୁଛି କିମ୍ବା ଏହାର ଲିଡ୍ ରୋଲରେ କେଉଁ ଅଭିନେତା ନଜର ଆସିବେ ତାକୁ ନେଇ ମଧ୍ୟ କୌଣସି ସୂଚନା ନାହିଁ ।




