ବର୍ଷିଲେ ଶ୍ବେତା

ବର୍ଷିଲେ ଶ୍ବେତା
Ipsita Picture
By: Ipsita
Published On

 

ଯେଉଁଠି ଅନେକ ବଲିଉଡ୍ ସେଲିବ୍ରିଟି 'କକରୋଚ୍ ଜନତା ପାର୍ଟି'କୁ ସମର୍ଥନ କରୁଛନ୍ତି, ସେଠି ଅଭିନେତ୍ରୀ ଶ୍ୱେତା ତିୱାରୀ ଏହି ଦଳ ଉପରେ ବର୍ଷିଥିବା ଦେଖିବାକୁ ମିଳିଛି । ଏହି ପାର୍ଟି ନିଜର ରାଜନୈତିକ ଏଜେଣ୍ଡା ପାଇଁ ସୋନମ ୱାଙ୍ଗଚୁକଙ୍କୁ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଶ୍ୱେତା ଲେଖିଛନ୍ତି ଯେ, ସୋନମ ୱାଙ୍ଗଚୁକ ଶିକ୍ଷା ଓ ଆମ ପିଲାମାନଙ୍କ ଭବିଷ୍ୟତ ଭଳି ଏକ ସତ୍ୟ ତଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ଲଢ଼ୁଛନ୍ତି, ଯାହା ଉପରେ ସରକାର ଗମ୍ଭୀରତାର ସହ ଧ୍ୟାନ ଦେବା ଉଚିତ । କିନ୍ତୁ ସେ ନିଜେ 'କକରୋଚ୍ ଜନତା ପାର୍ଟି' ସହ ନାହାନ୍ତି କିମ୍ବା ସେମାନଙ୍କର ଏହି ଆନ୍ଦୋଳନକୁ ହାତେଇବାର ଶୈଳୀକୁ ସମର୍ଥନ କରନ୍ତି ନାହିଁ । ଅନ୍ୟପଟେ, ସୋନମ ୱାଙ୍ଗଚୁକଙ୍କ ଅନଶନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବଲିଉଡ୍ ଅଭିନେତା ବିବେକ ଓବେରୟ କହିଛନ୍ତି ଯେ ସେ ଜଣେ ଅଭିନେତା, ନେତା ନୁହନ୍ତି ଏବଂ ସେ ରାଜନୈତିକ ବିଷୟ ଉପରେ ଅଧିକ ଧ୍ୟାନ ଦିଅନ୍ତି ନାହିଁ, ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କର ତୀବ୍ର ସମାଲୋଚନା କରାଯାଉଛି । ଏହା ସହିତ ଲଣ୍ଡନ ଇଣ୍ଡିଆନ୍ ଫିଲ୍ମ ଫେଷ୍ଟିଭାଲରେ ଚଳଚ୍ଚିତ୍ର 'ଲଗାନ୍'ର ସ୍କ୍ରିନିଂ ସମୟରେ ଅଭିନେତା ଆମିର ଖାନ ମଧ୍ୟ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ ସୋସିଆଲ ମିଡିଆ ଜରିଆରେ ସୋନମ ୱାଙ୍ଗଚୁକ, ଅଭିଜିତ ଡିପକେ, ସିଜେପି ଏବଂ ଛାତ୍ରମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରୁଥିବା ସମସ୍ତ ନାଗରିକଙ୍କୁ ସମର୍ଥନ ଜଣାଇଛନ୍ତି ।

Tags: