ବଢୁଛି ଗୁଜୁରାଟୀ ଇଣ୍ଡଷ୍ଟ୍ରୀ

ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରୀ ଏହି ତାଲିକାରେ ଆଗରେ ଥିବାବେଳେ ଏଥିରେ ଅନ୍ୟ ଆଞ୍ଚଳିକ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ସାମିଲ ରହିଛି । ଗୁଜୁରାଟୀ ଇଣ୍ଡଷ୍ଟ୍ରୀ ମଧ୍ୟ ବର୍ତ୍ତମାନ ଖବରରେ ରହିବାକୁ ଲାଗିଛି । ଏହାର ଫିଲ୍ମ ମଧ୍ୟ ପ୍ୟାନ ଇଣ୍ଡିଆରେ ହିଟ୍ ହେବାରେ ଲାଗିଛି । ୨୦୨୪ରେ ମିଳିଥିବା ସୂଚନା ଅନୁସାରେ ଗୁଜୁରାଟୀ ଫିଲ୍ମର ଗ୍ରୋଥ ପାଖାପାଖି ୬୬ ପ୍ରତିଶତ ରହିଥିଲା । ଏହି ବର୍ଷରେ ଗୁଜୁରାଟୀ ଇଣ୍ଡଷ୍ଟ୍ରୀରେ ୮୪ କୋଟିର ଆୟ କରିଥିଲା । ଏହା […]

ବଢୁଛି ଗୁଜୁରାଟୀ ଇଣ୍ଡଷ୍ଟ୍ରୀ
Samaya Live Picture
Published On

ବର୍ତ୍ତମାନ ସାଉଥ ଇଣ୍ଡଷ୍ଟ୍ରୀ ଏହି ତାଲିକାରେ ଆଗରେ ଥିବାବେଳେ ଏଥିରେ ଅନ୍ୟ ଆଞ୍ଚଳିକ ଫିଲ୍ମ ଇଣ୍ଡଷ୍ଟ୍ରୀ ମଧ୍ୟ ସାମିଲ ରହିଛି । ଗୁଜୁରାଟୀ ଇଣ୍ଡଷ୍ଟ୍ରୀ ମଧ୍ୟ ବର୍ତ୍ତମାନ ଖବରରେ ରହିବାକୁ ଲାଗିଛି । ଏହାର ଫିଲ୍ମ ମଧ୍ୟ ପ୍ୟାନ ଇଣ୍ଡିଆରେ ହିଟ୍ ହେବାରେ ଲାଗିଛି । ୨୦୨୪ରେ ମିଳିଥିବା ସୂଚନା ଅନୁସାରେ ଗୁଜୁରାଟୀ ଫିଲ୍ମର ଗ୍ରୋଥ ପାଖାପାଖି ୬୬ ପ୍ରତିଶତ ରହିଥିଲା । ଏହି ବର୍ଷରେ ଗୁଜୁରାଟୀ ଇଣ୍ଡଷ୍ଟ୍ରୀରେ ୮୪ କୋଟିର ଆୟ କରିଥିଲା । ଏହା ଭାରତର ଆଞ୍ଚଳିକ ସିନେମାଙ୍କର ଗ୍ରୋଥକୁ ଦର୍ଶାଉଛି । ଗୁଜୁରାଟର ଏଭଳି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ପୂରା ଭାରତରେ ନିଜ ଅଭିନୟ ପାଇଁ ଖୁବ ପରିଚିତ ହୋଇ ପାରିଛନ୍ତି । ଏହି ତାଲିକାରେ ଚାଲ ଜେଭି ଲାଇଏ, ହେଲାରୋ, ତିନ୍ ଏକ୍କା, ଫକତ୍ ମହିଲାଓ ମାତେ ଭଳି ଫିଲ୍ମ ସାମିଲ ରହିଛି । ଏଥିରୁ ହେଲାରୋ ଫିଲ୍ମକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଏହି ସମସ୍ତ ଫିଲ୍ମକୁ ଦର୍ଶକ ଖୁବ ଭଲ ପାଇବା ଦେଇଛନ୍ତି ।

ନିକଟରେ ବଢିଛି ଆୟ
ନିକଟରେ ଆଞ୍ଚଳିକ ଫିଲ୍ମ ଗୁଡିକର ଆୟ ବଢିବାରେ ଲାଗିଛି । ବକ୍ସ ଅଫିସରେ ଏଗୁଡିକ ଖୁବ ଅଧିକ ଆୟ କରୁଥିବା ସାମନାକୁ ଆସିଛି । ଅନେକ ଏଭଳି ଫିଲ୍ମ ପରଦାକୁ ଆସିଛି ଯାହା ବଲିଉଡର ଅନେକ ରେକର୍ଡକୁ କାଟିଛି । ଏଥିରେ ଏକାଧିକ ଆଞ୍ଚଳିକ ଭାଷାର ଫିଲ୍ମ ସାମିଲ ରହିଛି । ଏଥିରେ ସାଉଥର ପୁଷ୍ପା ଫିଲ୍ମ ସବୁଠାରୁ ଆଗରେ ରହିଛି । ଏହାର ହିନ୍ଦି ଡବିଂ ଫିଲ୍ମ ୨୦୨୫ ସୁଦ୍ଧା ବକ୍ସ ଅଫିସରେ ୮୦୦ କୋଟିର ଆୟ କରିଛି ବୋଲି ସୂଚନା ରହିଛି । ସେହିଭଳି ତେଲୁଗୁ ଫିଲ୍ମ କଲ୍କି ୭୦୦ କୋଟିରୁ ଅଧିକ ଆୟ କରିଛି । ଆଉ ଏକ ଫିଲ୍ମ ହେଲା ମାଲାୟଲମ ଫିଲ୍ମ ମଞ୍ଜୁମେମେଲ୍ ବଏଜ୍ ଯାହା ବିଶ୍ବସ୍ତରରେ ୧୬୪ କୋଟିର ଆୟ କରିଛି । ଏହା ବଲିଉଡ ଫିଲ୍ମର ବକ୍ସ ଅଫିସ ଆୟକୁ କାଟିଛି ।

Tags: