ଫ୍ଲପ୍‌ ଫିଲ୍ମରୁ ସୁପରଷ୍ଟାର

ନବେଦଶକର ସୁପରହିଟ ନାୟିକା ଐଶର୍ଯ୍ୟା ରାୟ ବଚ୍ଚନ ବଲିଉଡର ଜଣେ ଆଗଧାଡିର ନାୟିକା । କେବେଳ ବଲିଉଡ ନୁହେଁ ସାରା ବିଶ୍ୱରେ ଭାରତୀୟ ସିନେମାର ସେ ହେଉଛନ୍ତି ଛବି । ହେଲେ ଏହି ସୁପରହିଟ ନାୟିକାଙ୍କର ପ୍ରଥମ ଫିଲ୍ମ ଫ୍ଲପ ହୋଇଥିଲା । ଫ୍ଲପ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରି ସୁପରହିଟ ତାଲିକାରେ ସାମିଲ ହେବାର ତାଙ୍କ ଯାତ୍ରା ଥିଲା ଖୁବ ରମଣୀୟ । ଅନେକ ପରିଶ୍ରମ କରି ସେ ସଫଳତାର ଶୀର୍ଷରେ ପହଞ୍ଚିବାରେ ସଫଳ […]

ଫ୍ଲପ୍‌ ଫିଲ୍ମରୁ ସୁପରଷ୍ଟାର
Samaya Live Picture
Published On

ନବେଦଶକର ସୁପରହିଟ ନାୟିକା ଐଶର୍ଯ୍ୟା ରାୟ ବଚ୍ଚନ ବଲିଉଡର ଜଣେ ଆଗଧାଡିର ନାୟିକା । କେବେଳ ବଲିଉଡ ନୁହେଁ ସାରା ବିଶ୍ୱରେ ଭାରତୀୟ ସିନେମାର ସେ ହେଉଛନ୍ତି ଛବି । ହେଲେ ଏହି ସୁପରହିଟ ନାୟିକାଙ୍କର ପ୍ରଥମ ଫିଲ୍ମ ଫ୍ଲପ ହୋଇଥିଲା । ଫ୍ଲପ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରି ସୁପରହିଟ ତାଲିକାରେ ସାମିଲ ହେବାର ତାଙ୍କ ଯାତ୍ରା ଥିଲା ଖୁବ ରମଣୀୟ । ଅନେକ ପରିଶ୍ରମ କରି ସେ ସଫଳତାର ଶୀର୍ଷରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ୧୯୯୪ରେ ମିସ ଓ୍ୱାଲïର୍ ଜିତିବାପରେ ତାଙ୍କୁ ପିଲ୍ମ ଇରୁବର ଔର ପ୍ୟାର ହୋ ଗୟାରେ ଦେଖିବାକୁ ମିଳିଥିଲା । ଉଭୟ ଫିଲ୍ମ ଏତେ ଭଲ ସଫଳତା ପାଇନଥିଲା । ଫିଲ୍ମ ଫ୍ଲପ ହେଲେ ମଧ୍ୟ ଐଶ୍ୟର୍ଯ୍ୟାଙ୍କର ସ୍କ୍ରିନ ପ୍ରେଜେନ୍ସକୁ ସମୀକ୍ଷକମାନେ ଖୁବ ପ୍ରଶଂସା କରିଥିଲେ । ଏହାପରେ ୧୯୯୯ରେ ଫିଲ୍ମ ହମ ଦିଲ ଦେ ଚୁକେ ହେଁ ସନମ ତାଙ୍କୁ ବଲିଉଡର ସୁପଷ୍ଟାର ବନାଇଥିଲା । ଏହି ଫିଲ୍ମ ଐଶ୍‌ଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ପାଲଟିଥିଲା । ଏହାପରେ ୨୦୦୨ରେ ଦେବଦାସ ଫିଲ୍ମରେ ପାରୋ ଚରିତ୍ର ଭାରତୀୟ ସିନେମାକୁ ଦେଇଥିବା ଏକ ନୂଆ ଇତିହାସ । ଆଜିପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମକୁ ମନେ ରଖିଛନ୍ତି ଏବଂ ଭଲ ପାଇବା ଦେଇଥାଆନ୍ତି । ସେହିଭଳି ପ୍ରଥମରୁ ମିସ ଓ୍ୱାଲïର୍ ପ୍ରତିଯୋଗିତା ପାଇଁ ଫିଲ୍ମ ମଧ୍ୟ ହାତ ଛଡା କରିଥିଲେ । ସୂଚନା ଅନୁସାରେ ତାଙ୍କୁ ଫିଲ୍ମ ରାଜା ହିନ୍ଦୁସ୍ତାନୀ ପାଇଁ ଅଫର ମିଳିଥିଲା । ହେଲେ ସେହି ସମୟରେ ସେ ମିସ୍‌ ଓ୍ୱାଲïର୍ ପାଇଁ ପ୍ରସ୍ତୁତ ହେଉଥିଲେ । ତେଣୁ ଫିଲ୍ମରେ ଅଭିନୟ ଠାରୁ ଦୂରରେ ରହୁଥିଲେ । ତାଙ୍କର ଭାରତୀୟ ସିନେମା ପାଇଁ ଥିବା ଅବଦାନ ପାଇଁ ତାଙ୍କୁ ୨୦୦୯ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଏହାସହ ସାରା ବିଶ୍ୱର ଅନେକ ଶ୍ରେଷ୍ଠ ପୁରସ୍କାର ତାଙ୍କୁ ମିଳିଛି । ଆଜି ବି ଭାରତୀୟ ସିନେମାର ଗର୍ବ ଓ ଗୌରବ ପାଲଟିଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।

Tags: