ଫୌଜୀ ଲୁକରେ ସଲମାନ
ସଲମାନ ଖାନ୍ ନିକଟରେ ନିଜର ଅପକମିଂ ଫିଲ୍ମ ବ୍ୟାଟଲ ଅଫ ଗଲବାନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ଲୁକକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା । ଫ୍ୟାନମାନେ ଏହି ଫିଲ୍ମରେ ସଲମାନଙ୍କ ଲୁକ ଦେଖିବାକୁ ଖୁବ ଉତ୍ସାହିତ ଥିଲେ । ତେବେ ସମସ୍ତଙ୍କର ପ୍ରତୀକ୍ଷାର ଅନ୍ତ ଘଟିଛି, ନିକଟରେ ସୋସିଆଲ ମିଡିଆରେ ସଲମାନଙ୍କର ଲୁକ ରିଭିଲ ହୋଇଛି । ଏଥିରେ ସଲମାନଙ୍କୁ ସେନାର ବର୍ଦିରେ ଦେଖିବାକୁ ମିଳିଛି । ଯାହା ସଲମାନଙ୍କର ଏକ ଦମଦାର […]
ସଲମାନ ଖାନ୍ ନିକଟରେ ନିଜର ଅପକମିଂ ଫିଲ୍ମ ବ୍ୟାଟଲ ଅଫ ଗଲବାନକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ଲୁକକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିଲା । ଫ୍ୟାନମାନେ ଏହି ଫିଲ୍ମରେ ସଲମାନଙ୍କ ଲୁକ ଦେଖିବାକୁ ଖୁବ ଉତ୍ସାହିତ ଥିଲେ । ତେବେ ସମସ୍ତଙ୍କର ପ୍ରତୀକ୍ଷାର ଅନ୍ତ ଘଟିଛି, ନିକଟରେ ସୋସିଆଲ ମିଡିଆରେ ସଲମାନଙ୍କର ଲୁକ ରିଭିଲ ହୋଇଛି । ଏଥିରେ ସଲମାନଙ୍କୁ ସେନାର ବର୍ଦିରେ ଦେଖିବାକୁ ମିଳିଛି । ଯାହା ସଲମାନଙ୍କର ଏକ ଦମଦାର ଆକସନ୍ ଭୂମିକା ଆଡକୁ ଇଙ୍ଗିତ କରୁଛି । ଫିଲ୍ମଟି ୨୦୨୦ରେ ଗଲବାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଭୟଙ୍କର ମାରପିଟ୍କୁ ନେଇ ନିର୍ମାଣ କରାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ଅପୂର୍ବ ଲଖିଆ ତୁଲାଉଥିବାବେଳେ ତାଙ୍କ ବିପକ୍ଷରେ ଚିତ୍ରଙ୍ଗଦା ସିଂ ନଜର ଆସିଛନ୍ତି । ଏହାସହ ଫିଲ୍ମରେ ଅନେକ ନୂଆ ଚରିତ୍ର ମଧ୍ୟ ଦେଖିବାକୁ ମିଳିବେ । ଫିଲ୍ମର ଲୁକକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଥିବା ନଜରକୁ ଆସିଛି । ଦର୍ଶକ ଖୁବ ଉତ୍ସାହର ସହିତ ଫିଲ୍ମ ଦେଖିବାକୁ ଅପେକ୍ଷା କରିଥିବା କମେଣ୍ଟ ମାଧ୍ୟମରେ ମତ ଦେଇଛନ୍ତି ।




