ଫେରିବେ କି ଦୀପବୀର
ରଣବୀର କପୁର ଓ ଦୀପିକା ପାଦୁକୋନଙ୍କୁ ଅନେକ ହିଟ୍ ଫିଲ୍ମରେ ଦେଖିବାକୁ ମିଳିଛି । ଏହି ଯୋଡିଙ୍କୁ ଦର୍ଶକ ଖୁବ ଭଲପାଇବା ଦେଇଥାଆନ୍ତି । ତେବେ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ହୋଇଥିବା ସମସ୍ୟା କାରଣରୁ ଉଭୟଙ୍କୁ ବିଗତ କିଛି ବର୍ଷ ହେବ କୌଣସି ପ୍ରୋଜେକ୍ଟରେ ଦେଖିବାକୁ ମିଳିନି । ହେଲେ ଦର୍ଶକ ଏହି ଯୋଡିଙ୍କୁ ଖୁବ ମିସ କରୁଛନ୍ତି, ଯାହାର ପ୍ରମାଣ ସୋସିଆଲ ମିଡିଆରେ ମିଳିଥାଏ । ଏ ସମ୍ପର୍କିତ ଅନେକ ଫଟୋ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲେ ଯେଉଁଥିରେ ଦୁଇଜଣଙ୍କୁ ଏକାଠି କାମ କରିବାକୁ ଫ୍ୟାନମାନେ ଅନୁରୋଧ କରିଥାଆନ୍ତି । ତେବେ ଏହିଭଳି ଏକ ପୋଷ୍ଟରେ ଦୀପିକା ନିକଟରେ ନିଜ ମନ୍ତବ୍ୟ ଦେଇଛନ୍ତି, ଯାହା ଖୁବ ଭାଇରାଲ ହେବାରେ ଲାଗିଛି । ଦୀପିକା ସମ୍ପୃକ୍ତ ଭାଇରାଲ ପୋଷ୍ଟକୁ ଲାଇକ କରିଥିବାର ଦେଖିବାକୁ ମିଳିଛି ,ଯେଉଁଥିରେ ଜଣେ ଫ୍ୟାନ ରଣବୀର କପୁର ଓ ଦୀପିକାଙ୍କୁ ଏକାଠି କାଷ୍ଟ କରିବାକୁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଛନ୍ତି । ତେଣୁ ବର୍ତ୍ତମାନ ଫ୍ୟାନ ଭାବୁଛନ୍ତି ଦୀପିକା ନିଜେ ମଧ୍ୟ ରଣବୀରଙ୍କ ସହିତ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।


