ପ୍ରେମ ପାଇଁ ଚର୍ଚ୍ଚାରେ
ସନୟା କପୁର ନିଜର ଡେବ୍ୟୁକୁ ନେଇ ଚର୍ଚ୍ଚାରେ ରହିଥିବା ସମୟରେ ବର୍ତ୍ତମାନ ଆଉ ଏକ ଘଟଣାକୁ ନେଇ ଲାଇମ୍ଲାଇଟ୍କୁ ଆସିଛନ୍ତି । ନିକଟରେ ସନୟାଙ୍କ ପ୍ରେମ ସମ୍ପର୍କକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ମୁମ୍ବାଇର ବିଜ୍ନେସମ୍ୟାନ୍ କରଣ କୋଠାରୀଙ୍କ ସହିତ ସେ ପ୍ରେମ ସମ୍ପର୍କରେ ଥିବାନେଇ ଆଲୋଚନା ଆରମ୍ଭ ହୋଇଛି । କରଣଙ୍କର ଆମେରିକାରେ ବ୍ୟବସାୟ ଥିବା ଜଣା ପଡିଛି । ତେବେ ଏହି ସମ୍ପର୍କ ଖୁବ ପୁରୁଣା, ଉଭୟୟୁନିଭର୍ସିଟିରେ ସାଙ୍ଗ ହୋଇ ପାଠ ପଢିବା […]
ସନୟା କପୁର ନିଜର ଡେବ୍ୟୁକୁ ନେଇ ଚର୍ଚ୍ଚାରେ ରହିଥିବା ସମୟରେ ବର୍ତ୍ତମାନ ଆଉ ଏକ ଘଟଣାକୁ ନେଇ ଲାଇମ୍ଲାଇଟ୍କୁ ଆସିଛନ୍ତି । ନିକଟରେ ସନୟାଙ୍କ ପ୍ରେମ ସମ୍ପର୍କକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ମୁମ୍ବାଇର ବିଜ୍ନେସମ୍ୟାନ୍ କରଣ କୋଠାରୀଙ୍କ ସହିତ ସେ ପ୍ରେମ ସମ୍ପର୍କରେ ଥିବାନେଇ ଆଲୋଚନା ଆରମ୍ଭ ହୋଇଛି । କରଣଙ୍କର ଆମେରିକାରେ ବ୍ୟବସାୟ ଥିବା ଜଣା ପଡିଛି । ତେବେ ଏହି ସମ୍ପର୍କ ଖୁବ ପୁରୁଣା, ଉଭୟୟୁନିଭର୍ସିଟିରେ ସାଙ୍ଗ ହୋଇ ପାଠ ପଢିବା କଥା ଜଣା ପଡିଛି । ତେବେ ଉଭୟଙ୍କ ସମ୍ପର୍କନେଇ ଆଲୋଚନା ହେଉଥିଲେ ମଧ୍ୟ ଏନେଇ ସନୟାଙ୍କ ନିକଟରୁ କୌଣସି ସୂଚନା ମିଳି ନାହିଁ । ହେଲେ ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳୁଛି । ବିଭିନ୍ନ ବି ଟାଉନ୍ ପାର୍ଟି ଫଙ୍କସନ୍ରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥାଏ । ସନୟାଙ୍କୁ ଆଗକୁ ବିକ୍ରାନ୍ତ ମେସିଙ୍କ ସହିତ ରୋମାଣ୍ଟିକ ଡ୍ରାମା ଆଖୋଁ କି ଗୁସ୍ତାଖିଆଁରେ ଦେଖିବାକୁ ମିଳିବ । ନିଜର ଡେବ୍ୟୁ ଫିଲ୍ମକୁ ନେଇ ସେ ଖୁବ ଆଶାବାଦୀ ରହିଥିବା ବିଭିନ୍ନ ସାକ୍ଷାତକାରରେ ପ୍ରକାଶ କରିଛନ୍ତି । ଏହି ଫିଲ୍ମ ବ୍ୟତିତ ତାଙ୍କର ଅନେକ ପ୍ରୋଜେକଫ ରିଲିଜ୍ ଅପେକ୍ଷାରେ ରହିଛି ।




