ପ୍ରେମିକାଙ୍କ ସହିତ ଅଧିକ ସମୟ ବିତାଇବାକୁ ଇଚ୍ଛା
ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଥାଏ । ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା କଥା ନେଇ ଫ୍ୟାନ୍ମାନେ ଆଲୋଚନା କରନ୍ତି । ଉଭୟଙ୍କୁ ଏକାଠି ଛୁଟି କାଟୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ହେଲେ ଉଭୟ ଏହାକୁ ଏବେଯାଏଁଅଫିସିଆଲି ଆପ୍ରୁଭ କରି ନାହାନ୍ତି । ଉଭୟଙ୍କ ଭିତରେ ବନ୍ଧୁତା ଥିବା କଥା କହି ଉଭୟ ଏହାକୁ ଏଡାଇ ଯାଇଥାଆନ୍ତି । ହେଲେ ବର୍ତ୍ତମାନ ବିଜୟଙ୍କ […]
ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚା ହେଉଥିବାର ଦେଖିବାକୁ ମିଳିଥାଏ । ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା କଥା ନେଇ ଫ୍ୟାନ୍ମାନେ ଆଲୋଚନା କରନ୍ତି । ଉଭୟଙ୍କୁ ଏକାଠି ଛୁଟି କାଟୁଥିବାର ମଧ୍ୟ ଦେଖିବାକୁ ମିଳିଥାଏ । ହେଲେ ଉଭୟ ଏହାକୁ ଏବେଯାଏଁଅଫିସିଆଲି ଆପ୍ରୁଭ କରି ନାହାନ୍ତି । ଉଭୟଙ୍କ ଭିତରେ ବନ୍ଧୁତା ଥିବା କଥା କହି ଉଭୟ ଏହାକୁ ଏଡାଇ ଯାଇଥାଆନ୍ତି । ହେଲେ ବର୍ତ୍ତମାନ ବିଜୟଙ୍କ ମନ୍ତବ୍ୟ ବର୍ତ୍ତମାନ ଏହି ଚର୍ଚ୍ଚାକୁ ପୁଣି ଖୋରାକ ଯୋଗାଇଛି । ନିକଟରେ ବିଜୟ କହିଛନ୍ତି ପ୍ରେମିକାଙ୍କ ସହିତ ଅଧିକ ସମୟ ବିତାଇବାକୁ ତାଙ୍କର ଇଚ୍ଛା । ବିଗତ କିଛି ବର୍ଷ ହେବ ସେ ନିଜ ପରିବାର ଓ ପ୍ରେମିକାଙ୍କ ସହିତ ସମୟ ବିତାଇ ନାହାନ୍ତି । ତେଣୁ ବର୍ତ୍ତମାନ ସେ ସେମାନଙ୍କ ସହିତ ସମୟ ବିତାଇବାକୁ ଚାହାନ୍ତି ବୋଲି ବିଜୟ ମତ ଦେଇଛନ୍ତି । ଯାହା ପରେ ରଶ୍ମିକା ଓ ତାଙ୍କ ସମ୍ପର୍କ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏପରି ଆଲୋଚନା ହେଉଛି କି ବିଜୟ ପରୋକ୍ଷରେ ଏହି ସମ୍ପର୍କରେ ମୋହର ମାରିଛନ୍ତି । ତେବେ ଖୁବଶୀଘ୍ର ଏହି ସମ୍ପର୍କ ବିଷୟରେ ଜଣା ପଡିଯିବ ବୋଲି ମତ ପ୍ରକାଶ ପାଇଛି ।




