ପ୍ରିୟଙ୍କା ଖୁବ ବଡଷ୍ଟାର
ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ବିଟାଉନ୍ ଅଭିନେତା ଅନୁ କପୁର କଥା ହୋଇଛନ୍ତି । ସେ ପ୍ରିୟଙ୍କାଙ୍କୁ ଖୁବ ବଡଷ୍ଟାର ବୋଲି ମତ ଦେଇଛନ୍ତି । ତେବେ ସୂଚନା ଅନୁସାରେ ୨୦୧୧ରେ ଉଭୟଙ୍କର ସାତ ଖୁନ ମାପ ଫିଲ୍ମ ପରଦାକୁ ଆସିଥିଲା । ଏହି ଫିଲ୍ମରେ ଏଥିବା ଏକ ଇଣ୍ଟିମେଟ ସିନ୍କୁ ନେଇ ସେତେବେଳେ ବିବାଦ ଉପୁଜିଥିଲା । ଫିଲ୍ମରେ ପ୍ରିୟଙ୍କା ଅନୁଙ୍କୁ କିସ୍ କରିବାକୁ ମନା କରିଥିଲେ ବୋଲି ଏକ ଷ୍ଟେଟମେଣ୍ଟ ଅନଲାଇନ ଭାଇରାଲ […]
ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇ ବିଟାଉନ୍ ଅଭିନେତା ଅନୁ କପୁର କଥା ହୋଇଛନ୍ତି । ସେ ପ୍ରିୟଙ୍କାଙ୍କୁ ଖୁବ ବଡଷ୍ଟାର ବୋଲି ମତ ଦେଇଛନ୍ତି । ତେବେ ସୂଚନା ଅନୁସାରେ ୨୦୧୧ରେ ଉଭୟଙ୍କର ସାତ ଖୁନ ମାପ ଫିଲ୍ମ ପରଦାକୁ ଆସିଥିଲା । ଏହି ଫିଲ୍ମରେ ଏଥିବା ଏକ ଇଣ୍ଟିମେଟ ସିନ୍କୁ ନେଇ ସେତେବେଳେ ବିବାଦ ଉପୁଜିଥିଲା । ଫିଲ୍ମରେ ପ୍ରିୟଙ୍କା ଅନୁଙ୍କୁ କିସ୍ କରିବାକୁ ମନା କରିଥିଲେ ବୋଲି ଏକ ଷ୍ଟେଟମେଣ୍ଟ ଅନଲାଇନ ଭାଇରାଲ ହୋଇଥିଲା, ଯାହାପରେ ବିବାଦ ବଢିଥିଲା । ହେଲେ ନିକଟରେ ଏକ ସାକ୍ଷାତକାରରେ ଅନୁ କପୁର ନିଜେ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଫିଲ୍ମରେ ଇଣ୍ଟିମେଟ ସିନ ଥିଲା ହେଲେ ଏହାକୁ କଟା ଯାଇଥିଲା । କାରଣ ପ୍ରିୟଙ୍କା ତାହା କରିବାକୁ ଠିକ ଭାବି ନଥିଲେ । ସେହିଭଳି ପ୍ରିୟଙ୍କା ତାଙ୍କ ଆଗରେ ଖୁବ ବଡ ଷ୍ଟାର ବୋଲି ଅନୁ ଏହି ସାକ୍ଷାତକାରରେ ମତ ଦେଇଛନ୍ତି ।




