ପ୍ରିତିଙ୍କ ସାହାଯ୍ୟ
ଦେଶରେ ବର୍ତ୍ତମାନ ଅନେକ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି । ଏହି ସ୍ଥିତି ଗୁଡିକରେ ଅନେକଲୋକ ସେଠିକାର ବାସିନ୍ଦାଙ୍କୁ ସାହାଯ୍ୟର ହାତ ବଢାଉଛନ୍ତି । ଏହି ଲୋକଙ୍କ ଭିତରେ ସବୁଠାରୁ ଆଗରେ ରହୁଛନ୍ତି ଦେଶର ସେଲିବ୍ରିଟିମାନେ । ଅନେକ ସେଲିବ୍ରିଟି ଏହାରି ଭିତରେ ଅନେକ ଟଙ୍କା ପୀଡିତମାନଙ୍କୁ ସାହାଯ୍ୟପାଇଁ ଦାନ କରିବାରେ ଲାଗିଛନ୍ତି । ତେବେ ଏହି ତାଲିକାରେ ଯୋଡି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିତି ଜିଣ୍ଟା । ସୂଚନା ଅନୁସାରେ ପ୍ରିତି ହିମାଚଳ […]
ଦେଶରେ ବର୍ତ୍ତମାନ ଅନେକ ସ୍ଥାନରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖିବାକୁ ମିଳୁଛି । ଏହି ସ୍ଥିତି ଗୁଡିକରେ ଅନେକଲୋକ ସେଠିକାର ବାସିନ୍ଦାଙ୍କୁ ସାହାଯ୍ୟର ହାତ ବଢାଉଛନ୍ତି । ଏହି ଲୋକଙ୍କ ଭିତରେ ସବୁଠାରୁ ଆଗରେ ରହୁଛନ୍ତି ଦେଶର ସେଲିବ୍ରିଟିମାନେ । ଅନେକ ସେଲିବ୍ରିଟି ଏହାରି ଭିତରେ ଅନେକ ଟଙ୍କା ପୀଡିତମାନଙ୍କୁ ସାହାଯ୍ୟପାଇଁ ଦାନ କରିବାରେ ଲାଗିଛନ୍ତି । ତେବେ ଏହି ତାଲିକାରେ ଯୋଡି ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପ୍ରିତି ଜିଣ୍ଟା । ସୂଚନା ଅନୁସାରେ ପ୍ରିତି ହିମାଚଳ ପ୍ରଦେଶର ପୀଡିତଙ୍କ ପାଇଁ ୩୦ ଲକ୍ଷ ଟଙ୍କା ଦାନ ଦେଇଛନ୍ତି । ପ୍ରିତି କିଙ୍ଗସ ଇଲେଭନ ପଞ୍ଜାବ ପକ୍ଷରୁ ଏହି ସହାୟତାର ଅର୍ଥ ପ୍ରଦାନ କରିଛନ୍ତି । ପ୍ରିତି ଏହି ଅର୍ଥ ହିମାଚଳର ସଂସ୍ଥା ଆଲମାଇଟି ବ୍ଲେସିଂକୁ ପ୍ରଦାନ କରିଛନ୍ତି । ସଂସ୍ଥା ପକ୍ଷରୁ ପ୍ରିତିଙ୍କୁ ଧନ୍ୟାବାଦ ମଧ୍ୟ ଜଣାଯାଇଛି । ପୂର୍ବରୁ ଅନେକ ସେଲିବ୍ରିଟିମାନେ ଏଭଳି ସାହାଯ୍ୟ କରୁଥିବାର ଉଦାହରଣ ଦେଖିବାକୁ ମିଳିଛି ।




