ପ୍ରସ୍ତୁତ ହେବ କରୋନା ଉପରେ ଫିଲ୍ମ

ଦେଶର ବିଭିନ୍ନ ରାଜ୍ୟର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସ୍ୱରୂପ ଜନଗହଳି ସ୍ଥାନଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଏହି କ୍ରମରେ ଅନେକ ରାଜ୍ୟରେ ଫିଲ୍ମ ହଲ୍‌ଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ବହୁ ନିର୍ମାତା ଫିଲ୍ମଗୁଡିକର ଶୁଟିଂ ମଧ୍ୟ ବନ୍ଦ କରି ଦେଇଛନ୍ତି। ସେହିପରି ବକ୍ସଅଫିସ୍‌ରେ ଅନେକ ଫିଲ୍ମର ରିଲିଜ୍‌କୁ ସ୍ଥଗିତ କରି ଦିଆଯାଇଛି। ହେଲେ ଏବେ ଖବର ଆସିଛି ଯେ ଏହି ମହାମାରୀକୁ ନେଇ ଏକ ଫିଲ୍ମ ତିଆରି ହେବାକୁ ଯାଉଛି। ଯେଉଁଠି ସାରା ଦେଶ ଏବେ […]

Samaya Live Picture
Published On

ଦେଶର ବିଭିନ୍ନ ରାଜ୍ୟର ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ ସ୍ୱରୂପ ଜନଗହଳି ସ୍ଥାନଗୁଡ଼ିକୁ ବନ୍ଦ କରିଦେଇଛନ୍ତି। ଏହି କ୍ରମରେ ଅନେକ ରାଜ୍ୟରେ ଫିଲ୍ମ ହଲ୍‌ଗୁଡ଼ିକୁ ବନ୍ଦ କରି ଦିଆଯାଇଥିବା ବେଳେ ବହୁ ନିର୍ମାତା ଫିଲ୍ମଗୁଡିକର ଶୁଟିଂ ମଧ୍ୟ ବନ୍ଦ କରି ଦେଇଛନ୍ତି। ସେହିପରି ବକ୍ସଅଫିସ୍‌ରେ ଅନେକ ଫିଲ୍ମର ରିଲିଜ୍‌କୁ ସ୍ଥଗିତ କରି ଦିଆଯାଇଛି। ହେଲେ ଏବେ ଖବର ଆସିଛି ଯେ ଏହି ମହାମାରୀକୁ ନେଇ ଏକ ଫିଲ୍ମ ତିଆରି ହେବାକୁ ଯାଉଛି। ଯେଉଁଠି ସାରା ଦେଶ ଏବେ କରୋନାର ମୁକାବିଲା ପାଇଁ ଚିନ୍ତା କରୁଛି, ସେଇଠି ବଲିଉଡ୍‌ ଏହି ମହାମାରୀକୁ ନେଇ ଏକ ଫିଲ୍ମ  ନିର୍ମାଣ କରିବାକୁ ଯୋଜନା କରୁଛି। ଏପରିକି ଏହାର ନାଁ ମଧ୍ୟ ସ୍ଥିର କରାଯାଇ ସରିଲାଣି। ସୂଚନା ମୁତାବକ ଏହି ଫିଲ୍ମର ଟାଇଟଲ୍‌ ‘କରୋନା ପ୍ୟାର୍‌ ହୈ’ ରଖାଯାଇଛି। ଫିଲ୍ମକୁ ଏକ ଲଭ୍‌ଷ୍ଟୋରୀ ଭାବେ ତିଆରି କରାଯିବ। ଏ ନେଇ ନିଜେ Eros Internationalର ଅଧ୍ୟକ୍ଷ କୃଷ୍ଣ ଲୁଲ୍ଲା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବର୍ତ୍ତମାନ ଫିଲ୍ମର ସ୍କ୍ରିପ୍ଟ ଲେଖା ଚାଲିଛି। ଯେହେତୁ ଏବେ ସବୁ ଫିଲ୍ମ ଶୁଟିଂ ବନ୍ଦ ଅଛି, ତେଣୁ ପରିସ୍ଥିତି ସୁଧୁରିଗଲା ପରେ ଏହାର ଶୁଟିଂ ଆରମ୍ଭ ହେବ।

Tags: