ପ୍ରଥମ ପସନ୍ଦ ଥିଲେ ପ୍ରିୟଙ୍କା
ନିକଟରେ ସଲମାନ ଖାନ୍ଙ୍କର ଏକ ପୁରୁଣା ସାକ୍ଷାତକାର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପ୍ରିୟଙ୍କାଙ୍କୁ ନେଇ ନିଜ ମତ ପ୍ରକାଶ କରିଛନ୍ତି । ଏଥିରେ ସଲମାନଙ୍କ ମତ ଅନୁସାରେ ପ୍ରିୟଙ୍କା ଭାରତ ଫିଲ୍ମରେ ଅଭିନୟ ପାଇଁ ତାଙ୍କ ଭଉଣୀ ଅର୍ପିତାଙ୍କୁ ହଜାର ଥର ଫୋନ କରିଥିଲେ । ହେଲେ ଫିଲ୍ମର ସୁଟିଂ ଆରମ୍ଭ ହେବା ପରେ ପ୍ରିୟଙ୍କା ଏହି ଫିଲ୍ମ ଛାଡି ଦେଇଥିବା ସଲମାନ ପ୍ରକାଶ କରିଛନ୍ତି । ତେବେ ପ୍ରିୟଙ୍କାଙ୍କ ପାଇଁ […]
ନିକଟରେ ସଲମାନ ଖାନ୍ଙ୍କର ଏକ ପୁରୁଣା ସାକ୍ଷାତକାର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ପ୍ରିୟଙ୍କାଙ୍କୁ ନେଇ ନିଜ ମତ ପ୍ରକାଶ କରିଛନ୍ତି । ଏଥିରେ ସଲମାନଙ୍କ ମତ ଅନୁସାରେ ପ୍ରିୟଙ୍କା ଭାରତ ଫିଲ୍ମରେ ଅଭିନୟ ପାଇଁ ତାଙ୍କ ଭଉଣୀ ଅର୍ପିତାଙ୍କୁ ହଜାର ଥର ଫୋନ କରିଥିଲେ । ହେଲେ ଫିଲ୍ମର ସୁଟିଂ ଆରମ୍ଭ ହେବା ପରେ ପ୍ରିୟଙ୍କା ଏହି ଫିଲ୍ମ ଛାଡି ଦେଇଥିବା ସଲମାନ ପ୍ରକାଶ କରିଛନ୍ତି । ତେବେ ପ୍ରିୟଙ୍କାଙ୍କ ପାଇଁ ଏହି ଫିଲ୍ମ ଛାଡିବା ଖୁବ କଷ୍ଟ ହୋଇଥିବବୋଲି ସଲମାନ ପ୍ରକାଶ କରିଛନ୍ତି, କାରଣ ପ୍ରିୟଙ୍କା ଏଥିରେ ଅଭିନୟ କରିବାକୁ ଖୁବ ଇଚ୍ଛା କରିଥିଲେ । ତେବେ ପ୍ରିୟଙ୍କା ଏହି ଫିଲ୍ମ ନିଜର ବିବାହ ପାଇଁ ଛାଡିଥିବା ପ୍ରକାଶ କରିଥିଲେ । ନିଜ ସିଡୁ୍ୟଲ ଆରମ୍ଭ ହେବାର ମାତ୍ର ୧୦ ଦିନ ପୂର୍ବରୁ ସେ ଏହି ଫିଲ୍ମ ଛାଡିବେ ବୋଲି ପ୍ରକାଶ କରିଥିଲେ । ଏହାପରେ ଏହି ଫିଲ୍ମ ପାଇଁ କ୍ୟାଟ୍ରିନାଙ୍କୁ ଆପ୍ରୋଚ କରାଯାଇଥିଲା । କ୍ୟାଟରିନା ସେତେବେଳେ ଖୁବ ବ୍ୟସ୍ତ ଥାଇ ମଧ୍ୟ ଫିଲ୍ମ ପାଇଁ ରାଜି ହୋଇଯାଇଥିଲେ ଏବଂ ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ ।




