ପ୍ରଥମେ କରିଥିଲେ ମନା
ମିର୍ଜାପୁରରେ ଡିମ୍ପି ପଣ୍ଡିତ ଚରିତ୍ରରେ ଅଭିନୟ କରି ପ୍ରତ୍ୟେକ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହର୍ଷିତା ଗୌର ଏବେ ବଡ଼ ପରଦାରେ ଆସିବାକୁ ଥିବା ‘ମିର୍ଜାପୁର : ଦି ମୁଭି’ରେ ନଜର ଆସିବେ । ଯାହା ତାଙ୍କ ପାଇଁ ପ୍ରାୟ ୮ ବର୍ଷ ପରେ ଏକ ପ୍ରକାର ଘରବାହୁଡ଼ା ସଦୃଶ । ତେବେ ଏକ ସାକ୍ଷାତକାରରେ ନିଜ ଅନୁଭୂତି ବାଣ୍ଟି ସେ ପ୍ରକାଶ କରିଛନ୍ତି ଯେ ଯେଉଁ ୱେବ୍ ସିରିଜ୍ ତାଙ୍କୁ ଆଜି ସଫଳତା ଦେଇଛି, ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଏହାକୁ ରିଜେକ୍ଟ କରିଦେଇଥିଲେ । ସେତେବେଳେ ଓଟିଟିର ଧାରଣା ନୂଆ ଥିଲା ଏବଂ ସେ ଟେଲିଭିଜନ ଶୋ’ରେ ମୁଖ୍ୟ ଭୂମିକାରେ କାମ କରିସାରିଥିବାରୁ ଅନ୍ୟ କାହାର ଭଉଣୀ ଚରିତ୍ର କରିବାକୁ ଇଚ୍ଛୁକ ନଥିଲେ । ହେଲେ ପରେ ଏହି ସିରିଜକୁ ନେଇ ତାଙ୍କର ମନ ବଦଳିଥିଲା ଏବଂ ସେ ଏହାକୁ କରିଥିଲେ । ସେହିଭଳି ଯଦି ସେ ଏହି ପ୍ରୋଜେକ୍ଟ କରି ନଥାନ୍ତେ ତେବେ ଏହା ତାଙ୍କର କ୍ୟାରିୟରର ସବୁଠାରୁ ବଡ ଭୁଲ ହୋଇଥାଆନ୍ତା ବୋଲି ସେ ପ୍ରକାଶ କରିଛନ୍ତି ।
Tags:




