ପ୍ରଥମରୁ ମିଳିଥିଲା ପ୍ରତ୍ୟାଖ୍ୟାନ

ଦି କେରଲା ଷ୍ଟୋରୀରେ ନିଜର ବଳିଷ୍ଠ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟିଥିବା ଅଦା ଶର୍ମାଙ୍କୁ ମଧ୍ୟ ପ୍ରଥମରୁ ରିଜେକସନ୍‌ ଫେସ୍‌ କରିବାକୁ ପଡିଥିଲା । ତେବେ ନିଜର ପ୍ରତିଭା ଉପରେ ତାଙ୍କର ଶତପ୍ରତିଶତ ବିଶ୍ୱାସ ଥିଲା, ଯାହା ତାଙ୍କୁ ବି ଟାଉନ୍‌ର ଜଣେ ଭଲ କଳାଭାବେ ଗଢିତୋଳିଛି । କ୍ୟାରିୟର ଆରମ୍ଭରେ ଅଦା ଶର୍ମାଙ୍କୁ ଥରେ ନୁହେଁ ବରଂ ଅନେକଥର ଏଭଳି ରିଜେକସନ୍‌ର ସାମନା କରିବାକୁ ପଡିଥିଲା । ପିଲାଦିନୁ ଅଭିନୟ ପାଇଁ ଇଚ୍ଛା ରଖିଥିବା […]

ପ୍ରଥମରୁ ମିଳିଥିଲା ପ୍ରତ୍ୟାଖ୍ୟାନ
Samaya Live Picture
Published On

ଦି କେରଲା ଷ୍ଟୋରୀରେ ନିଜର ବଳିଷ୍ଠ ଅଭିନୟ ପାଇଁ ଅନେକ ପ୍ରଶଂସା ସାଉଁଟିଥିବା ଅଦା ଶର୍ମାଙ୍କୁ ମଧ୍ୟ ପ୍ରଥମରୁ ରିଜେକସନ୍‌ ଫେସ୍‌ କରିବାକୁ ପଡିଥିଲା । ତେବେ ନିଜର ପ୍ରତିଭା ଉପରେ ତାଙ୍କର ଶତପ୍ରତିଶତ ବିଶ୍ୱାସ ଥିଲା, ଯାହା ତାଙ୍କୁ ବି ଟାଉନ୍‌ର ଜଣେ ଭଲ କଳାଭାବେ ଗଢିତୋଳିଛି । କ୍ୟାରିୟର ଆରମ୍ଭରେ ଅଦା ଶର୍ମାଙ୍କୁ ଥରେ ନୁହେଁ ବରଂ ଅନେକଥର ଏଭଳି ରିଜେକସନ୍‌ର ସାମନା କରିବାକୁ ପଡିଥିଲା । ପିଲାଦିନୁ ଅଭିନୟ ପାଇଁ ଇଚ୍ଛା ରଖିଥିବା ଅଦାଙ୍କର ବଲିଉଡରେ କ୍ୟାରିୟର ଆରମ୍ଭ ସମୟର ଅନୁଭୂତି ଭଲ ନଥିଲା । ତାଙ୍କୁ ଅନେକ ସମୟରେ ନିଜ ଲୁକ୍‌ ପାଇଁ ରିଜେକସନ୍‌ର ସାମନା କରିବାକୁ ପଡିଛି । ପ୍ରଥମରୁ ତାଙ୍କୁ ଲୋକମାନେ ସିଧାସିଧା ମୁହଁରେ ଅସୁନ୍ଦର କହୁଥିବା ଅନେକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି । ଏପରିକି ତାଙ୍କୁ ନାକ ସର୍ଜରୀ ପାଇଁ ମଧ୍ୟ ଅନେକ ଲୋକ ପରାମର୍ଶ ଦେଉଥିଲେ । ତେବେ ଏଭଳି ଅନେକ ବାଧାବିଘ୍ନ ପରେ ୨୦୦୮ରେ ହରର ଫିଲ୍ମ ୧୯୨୦ ଜରିଆରେ ଅଦା ବଲିଉଡରେ ପାଦ ଦେଇଥିଲେ । ଏହି ସମୟରେ ସେ ମାତ୍ର ୧୫ ବର୍ଷର ଥିଲେ । ଏଥିରେ ତାଙ୍କ ବିପକ୍ଷରେ ରଜନିଶଙ୍କୁ ଦର୍ଶକ ଦେଖିଥିଲେ । ଫିଲ୍ମଟି ସେଭଳି ଆୟ ନକରିଥିଲେ ବି ଅଦାଙ୍କ ଅଭିନୟ ସମସ୍ତଙ୍କୁ ଭଲ ଲାଗିଥିଲା । ଏହାପରେ ଅନେକ ଫିଲ୍ମରେ ଅଦାଙ୍କୁ ଦେଖିବାକୁ ମିଳିଲା । ତେବେ ଫିଲ୍ମ ଦି କେରଳା ଷ୍ଟୋରୀ ତାଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ପାଲଟିଥିଲା । ଆଗକୁ ମଧ୍ୟ ଅନେକ ଭଲ ଫିଲ୍ମରେ ଅଭିନୟ କରିବାକୁ ଆଶା ରଖିଛନ୍ତି ଅଦା ।

Tags: