ପ୍ରତିଯୋଗୀ ଦୌଡରେ ସମର୍ଥ

ପ୍ରତିଯୋଗୀ ଦୌଡରେ ସମର୍ଥ
Ipsita Picture
By: Ipsita
Published On

 

ରୋହିତ ଶେଟ୍ଟୀଙ୍କ ବହୁପ୍ରତୀକ୍ଷିତ ଷ୍ଟଣ୍ଟ ରିଆଲିଟି ଶୋ’ ‘ଖତରୋଁ କି ଖିଲାଡ଼ି-୧୫କୁ ନେଇ ଚର୍ଚ୍ଚା ଜୋର ଧରିଛି । ନିକଟରେ ଏଥିରେ ସାମିଲ ହେବାକୁ ଥିବା ପ୍ରତିଯୋଗୀଙ୍କ ନାମକୁ ନେଇ ଆଲୋଚନା ଅରମ୍ଭ ହୋଇଛି । ରିପୋର୍ଟ ଅନୁଯାୟୀ, ଅଭିନେତା ସମର୍ଥ ଜୁରେଲ ଏବଂ ଗୌରବ ଖାନ୍ନାଙ୍କୁ ଏହି ସିଜନ୍ ପାଇଁ ଯୋଗାଯୋଗ କରାଯାଇଥିବା ସୂଚନା ରହିଛି । ସେମାନଙ୍କ ସହ ଅଭିଷେକ ବଜାଜ, ପ୍ରଣାଳୀ ରାଠୋଡ଼ ଓ ମନୀଷା ରାନୀଙ୍କ ଭଳି ତାରକା ମଧ୍ୟ ଶୋରେ ନଜର ଆସିପାରନ୍ତି ବୋଲି ଶୁଣାଯାଉଛି । ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଫେରୁଥିବା ଏହି ଶୋର ସୁଟିଂ ମେ୨୦୨୬ରୁ ଦକ୍ଷିଣ ଆଫ୍ରିକାର କେପଟାଉନରେ ଆରମ୍ଭ ହେବାର ସମ୍ଭାବନା ରହିଛି ।  ଜୁଲାଇ ମାସ ବେଳକୁ ଏହା ପରଦାକୁ ଆସିପାରେ। ଖବର ଜଣା ପଡିବା ପରେ ଦର୍ଶକଙ୍କ ଭିତରେ ଏହାକୁ ନେଇ ଅନେକ ଉତ୍ସାହ ଦେଖିବାକୁ ମିଳିଛି ।

Tags: