ପ୍ରତିକ୍ଷାର ଅନ୍ତ
By: Ipsita
ସମ୍ବନ୍ଧିତ ଖବର ଓଡ଼ିଆ ମେଲୋଡି ଜଗତ ସ୍ତବ୍ଧ,ଆଖି ବୁଜିଲେ ଦାଦା
ସାଇ ପଲ୍ଲବୀଙ୍କ ବିଟାଉନ ଡେବ୍ୟୁନେଇ ଅନେକ ଦିନରୁ ଫ୍ୟାନମାନେ ଚାହିଁ ବସିଛନ୍ତି । ତେବେ ଖୁବଶୀଘ୍ର ଫ୍ୟାନଙ୍କ ପ୍ରତିକ୍ଷାର ଅନ୍ତ ହେବାକୁ ଯାଉଛି । ଖୁବଶୀଘ୍ର ସାଇ ପଲ୍ଲବୀଙ୍କୁ ବିଟାଉନ ଫିଲ୍ମ ଏକ ଦିନରେ ଦେଖିବାକୁ ମିଳିବ । ଫିଲ୍ମଟି ଆସନ୍ତା ମେ ମାସ ୧ ତାରିଖରେ ରିଲିଜ ହେବାନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଫିଲ୍ମକୁ ଆମିର ଖାନଙ୍କ ପ୍ରଯୋଜନା ସଂସ୍ଥା ପ୍ରଯୋଜିତ କରୁଥିବାବେଳେ ଏଥିରେ ଆମିରଙ୍କ ପୁଅ ଜୁନେଦ ଖାନଙ୍କୁ ହିଁ ସାଇ ପଲ୍ଲବୀଙ୍କ ସହ ଦେଖିବାକୁ ମିଳିବ । ନିକଟରେ ରିଲିଜ ହୋଇଥିବା ଟିଜର ଓ ପୋଷ୍ଟରରୁ ଜଣା ପଡୁଛି ଫିଲ୍ମଟି ଲଭ ଆଙ୍ଗେଲକୁ ନେଇ ନିର୍ମାଣ କରାଯାଇଛି । ଜୁନୈଦ ଫିଲ୍ମ ମହାରାଜାରୁ ନିଜର ବିଟାଉନ ଡେବ୍ୟୁ କରିଥିଲେ । ସେହିଭଳି ସାଇଙ୍କୁ ମଧ୍ୟ ଆଗକୁ ରାମାୟଣ ଫିଲ୍ମରେ ଦର୍ଶକ ଦେଖିବେ ଯେଉଁଥିରେ ସେ ରଣବୀରଙ୍କ ସହିତ ସ୍କ୍ରିନ ସେୟାର କରିଛନ୍ତି ।
ସମ୍ବନ୍ଧିତ ଖବର ୨୦୧୬ଥିଲା ସମସ୍ୟା ବହୂଳ
Tags:



