ପୁଣି ଥରେ ଏକାଠି ହେଲେ ସିଦ୍ଧାର୍ଥ ଓ ତାରା !
ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ ତାରା ସୂତରିଆ ପୁଣି ଥରେ ଏକାଠି ହୋଇଛନ୍ତି। ଉଭୟଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ଗୀତର ନାଁ ହେଉଛି ‘ମସକଲି 2.0’। ଗୀତଟିକୁ ତୁଲସୀ କୁମାର ଏବଂ ସଚେତ୍ ଟଣ୍ଡନ୍ ଗାଇଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତନିଷ୍କ ବାଗଚି। ଏହି ଗୀତର ବିଶେଷତ୍ତ୍ୱ ହେଉଛି ପୂରା ଗୀତଟି ଗୋଟିଏ ଘର ଭିତରେ ଶୁଟ୍ ହୋଇଛି। ଏହି ଘର ଭିତରେ ଉଭୟ ନାଚିଛନ୍ତି ଓ ରୋମାନ୍ସ କରିଛନ୍ତି। ଗୀତଟି […]
ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ ତାରା ସୂତରିଆ ପୁଣି ଥରେ ଏକାଠି ହୋଇଛନ୍ତି। ଉଭୟଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ଗୀତର ନାଁ ହେଉଛି ‘ମସକଲି 2.0’।

ଗୀତଟିକୁ ତୁଲସୀ କୁମାର ଏବଂ ସଚେତ୍ ଟଣ୍ଡନ୍ ଗାଇଛନ୍ତି। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ତନିଷ୍କ ବାଗଚି। ଏହି ଗୀତର ବିଶେଷତ୍ତ୍ୱ ହେଉଛି ପୂରା ଗୀତଟି ଗୋଟିଏ ଘର ଭିତରେ ଶୁଟ୍ ହୋଇଛି। ଏହି ଘର ଭିତରେ ଉଭୟ ନାଚିଛନ୍ତି ଓ ରୋମାନ୍ସ କରିଛନ୍ତି। ଗୀତଟି ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

ତାରା ଏବଂ ସିଦ୍ଧାର୍ଥ ଫିଲ୍ମ ‘ମରଜାଁୱା’ରେ ନଜର ଆସିଥିଲେ। ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ତାରା ସୂତରିଆଙ୍କ ଅଭିନୟକୁ ମଧ୍ୟ ଫିଲ୍ମରେ ଢେର ପ୍ରଶଂସା ମିଳିଥିଲା। ଏହି ଫିଲ୍ମରେ ରିତେଶ ଦେଶମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ।

Tags:





