ପୁଣି କରିବେ କମାଲ
‘ସୈୟାରା’ର ସଫଳତା ପରେ ଅହାନ ପାଣ୍ଡେ ଏବଂ ଅନୀତ ପଡ୍ଡାଙ୍କ ଯୋଡ଼ି ପୁଣିଥରେ ବଡ଼ ପରଦାରେ ଏକାଠି ନଜର ଆସିବାକୁ ଯାଉଥିବା ଜଣଆ ପଡିଛି । ୟଶରାଜ ଫିଲ୍ମସ ବ୍ୟାନର ଓ ନିର୍ଦ୍ଦେଶକ ମୋହିତ ସୂରୀ ଏହି ଦୁଇ କଳାକାରଙ୍କୁ ନେଇ ଏକ ନୂଆ ମ୍ୟୁଜିକାଲ୍ ଲଭ୍ ଷ୍ଟୋରି ନିର୍ମାଣ କରିବାକୁ ଯାଉଛନ୍ତି । ଯାହାର ସୁଟିଂ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ସୁଦ୍ଧା ଆରମ୍ଭ ହେବ ବୋଲି ସୂତ୍ରରୁ ପ୍ରକାଶ । ପ୍ରଯୋଜକ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ବଡ଼ ସ୍କେଲ୍ରେ ପ୍ରସ୍ତୁତ ହେବାକୁ ଥିବା ଏହି ପ୍ରେମ କାହାଣୀ ଆଧାରିତ ଫିଲ୍ମ ପାଇଁ ମ୍ୟୁଜିକ୍ ଟିମ୍ ବିଗତ କିଛି ମାସ ହେବ ଏହାର ଆଲବମ୍ ଏବଂ ବ୍ୟାକଗ୍ରାଉଣ୍ଡ ସ୍କୋର ଉପରେ କାମ କରୁଛନ୍ତି । ସେହିଭଳି ଉଭୟଙ୍କ କେମେଷ୍ଟ୍ରୀକୁ ପରଦାରେ ପୁଣିଥରେ ଦେଖିବା ପାଇଁ ଦର୍ଶକ ମଧ୍ୟ ଖୁବ ଉତ୍ସାହିତ ଅଛନ୍ତି । ତେବେ ଏହାର ଟାଇଟଲ ଏବେ ଯାଏଁ ଫାଇନାଲ ହୋଇନଥିବା ଜଣା ପଡିଛି । ସୂଚନା ଅନୁସାରେ ବର୍ତ୍ତମାନ ଅହାନ ପାଣ୍ଡେ ନିର୍ଦ୍ଦେଶକ ଅଲ୍ଲୀ ଅବ୍ବାସ ଜାଫରଙ୍କ ଏକ ବଡ଼ ବଜେଟ୍ ଆକ୍ସନ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ।



