ପୁଣିଥରେ ଏକାଠି !

ହ୍ରିତିକ୍‌ ରୋଶନ ଓ ଅମିଷା ପଟେଲଙ୍କ ଯୋଡିକୁ ଦର୍ଶକ ସବୁବେଳେ ଭଲ ପାଇବା ଦେଇଥାଆନ୍ତି । ଉଭୟଙ୍କ ଡେବୁ୍ୟ ଫିଲ୍ମ ‘କହୋନା ପ୍ୟାର୍‌ ହେ’ ସେତେବେଳେର ବ୍ଲକ୍‌ବଷ୍ଟର ହିଟ୍‌ ହୋଇଥିଲା । ତେବେ ପାଖାପାଖି ୨୪ ବର୍ଷ ପରେ ଏହାର ସିକୁଏଲ୍‌ ପ୍ରସ୍ତୁତ ହେବାକୁ ଯାଉଛି ଯେଉଁଥିରେ ଦର୍ଶକ ଉଭୟ ହ୍ରିତିକ ଓ ଅମିଷାଙ୍କୁ ଦେଖିବା ନେଇ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଅମିଷାଙ୍କ ଷ୍ଟେଟମେଣ୍ଟ । ନିକଟରେ ସୋସିଆଲ ମିଡିଆରେ ଅମିଷା […]

Samaya Live Picture
Published On

ହ୍ରିତିକ୍‌ ରୋଶନ ଓ ଅମିଷା ପଟେଲଙ୍କ ଯୋଡିକୁ ଦର୍ଶକ ସବୁବେଳେ ଭଲ ପାଇବା ଦେଇଥାଆନ୍ତି । ଉଭୟଙ୍କ ଡେବୁ୍ୟ ଫିଲ୍ମ ‘କହୋନା ପ୍ୟାର୍‌ ହେ’ ସେତେବେଳେର ବ୍ଲକ୍‌ବଷ୍ଟର ହିଟ୍‌ ହୋଇଥିଲା । ତେବେ ପାଖାପାଖି ୨୪ ବର୍ଷ ପରେ ଏହାର ସିକୁଏଲ୍‌ ପ୍ରସ୍ତୁତ ହେବାକୁ ଯାଉଛି ଯେଉଁଥିରେ ଦର୍ଶକ ଉଭୟ ହ୍ରିତିକ ଓ ଅମିଷାଙ୍କୁ ଦେଖିବା ନେଇ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଅମିଷାଙ୍କ ଷ୍ଟେଟମେଣ୍ଟ । ନିକଟରେ ସୋସିଆଲ ମିଡିଆରେ ଅମିଷା ଦର୍ଶକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହୋନା ପ୍ୟାର ହେର ପାର୍ଟ ୨ ଆସୁଛି ବୋଲି ହିଣ୍ଟ୍‌ ଦେଇଛନ୍ତି । ଯାହାପରେ ଫ୍ୟାନଙ୍କ ମଧ୍ୟରେ ବେଶ୍‌ ଉତ୍ସକତା ଦେଖିବାକୁ ମିଳିଛି । ନିକଟରେ ଅମିଷା ଓ ସନି ଦେୱଲଙ୍କ ଫିଲ୍ମ ଗଦରର ସିକୁଏଲ୍‌ ରିଲିଜ୍‌ ହୋଇଥିଲା, ଯାହାକୁ ଦର୍ଶକ ଖୁବ ଭଲପାଇବା ଦେଇଥିଲେ । ତେଣୁ କହୋନା ପ୍ୟାର ହେକୁ ମଧ୍ୟ ସେମିତି ଭଲ ପାଇବା ମିଳିବ ବୋଲି ଅମିଶା ମତ ପ୍ରକାଶ କରିଛନ୍ତି । ତେବେ ଏ ପର୍ଯ୍ୟନ୍ତ ପିଲ୍ମର ଟିମ ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇ ନାହିଁ ।

Tags: