ପସନ୍ଦ ଆସୁଛି ଗୀତ
ବଲିଉଡର ଅଭିନେତ୍ରୀ କ୍ରିତି ସାନନ୍ ଏବଂ ଅଭିନେତା ଶାହିଦ କପୁରଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଆଗାମୀ ରୋମାଣ୍ଟିକ ସିନେମା 'କକଟେଲ୍ ୨'ର ଏକ ନୂଆ ଗୀତ 'ମାସୁକା'ରିଲିଜ ହୋଇଛି । ବର୍ତ୍ତମାନ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିବା ସହିତ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରିବାରେ ଲାଗିଛି । ମ୍ୟାଡକ୍ ଫିଲ୍ମସ ପ୍ରଯୋଜିତ ଏହି ହାଇ-ଏନର୍ଜି ସମର ଟ୍ରାକ୍ଟି ମଜାଦାର ବିଟ୍ସ, ରୋମାଣ୍ଟିକ କେମେଷ୍ଟ୍ରି ଏବଂ ଯୁବପିଢ଼ିଙ୍କ ପସନ୍ଦକୁ ନେଇ ପ୍ରସ୍ତୁତ ହୋଇଛି । ଏଥିରେ ଶାହିଦ ଓ କ୍ରିତିଙ୍କ ଆକର୍ଷଣୀୟ ଅନ୍ଦାଜ୍ ଦେଖିବାକୁ ମିଳିଛି । ଇଟାଲୀର ମନୋରମ ସୁନ୍ଦର ସ୍ଥାନରେ ସୁଟିଂ ହୋଇଥିବା ଏହି ଗୀତରେ କ୍ରିତି ସାନନଙ୍କୁ ନୂଆ ଅନ୍ଦାଜରେ ଦେଖିବାକୁ ମିଳିଛି । କ୍ରିତିଙ୍କୁ ଏଥିରେ ବେଶ ର୍ଗ୍ଲାମରସ ଲୁକରେ ଦେଖିବାକୁ ମିଳିଛି । ୟୁନିଭର୍ସାଲ ମ୍ୟୁଜିକ୍ ବ୍ୟାନରରେ ଆସିଥିବା ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ ଦେଇଥିବା ବେଳେ ଏହାର ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ ଏବଂ ଏହାକୁ ରାଘବ ଚୈତନ୍ୟ, ମେହମୁଦ ଓ ରୁଆ କାୟ ମିଳିତ ଭାବେ ଗାଇଛନ୍ତି ।



