ପସନ୍ଦ ଆସୁଛିି ଟିଜର
ନିକଟରେ ରିଲିଜ୍ ହୋଇଛି ଟାଇଗର ସ୍ରଫଙ୍କର ଫିଲ୍ମ ବାଗି ୪ର ଟିଜର । ଗୋଟେ ମିନିଟ୍ ୪୯ ସେକେଣ୍ଡର ଏହି ଟିଜର ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି । ଏଥିରେ ସଞ୍ଜୟ ଦତ୍ତ ଓ ଟାଇଗରଙ୍କ କେମେଷ୍ଟ୍ରୀକୁ ଲୋକ ପସନ୍ଦ କରୁଛନ୍ତି । ଉଭୟଙ୍କୁ ଏଥିରେ ବେଶ୍ ଭୟଙ୍କର ଅବତାରରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଫିଲ୍ମଟି ୫ ସେପେଫମ୍ବରରେ ପରଦାକୁ ଆସିବ । ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ ଖଳନାୟକ ଭୂମିକାର ଦେଖିବାକୁ […]
ନିକଟରେ ରିଲିଜ୍ ହୋଇଛି ଟାଇଗର ସ୍ରଫଙ୍କର ଫିଲ୍ମ ବାଗି ୪ର ଟିଜର । ଗୋଟେ ମିନିଟ୍ ୪୯ ସେକେଣ୍ଡର ଏହି ଟିଜର ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଥିବା ଦେଖିବାକୁ ମିଳିଛି । ଏଥିରେ ସଞ୍ଜୟ ଦତ୍ତ ଓ ଟାଇଗରଙ୍କ କେମେଷ୍ଟ୍ରୀକୁ ଲୋକ ପସନ୍ଦ କରୁଛନ୍ତି । ଉଭୟଙ୍କୁ ଏଥିରେ ବେଶ୍ ଭୟଙ୍କର ଅବତାରରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଫିଲ୍ମଟି ୫ ସେପେଫମ୍ବରରେ ପରଦାକୁ ଆସିବ । ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ ଖଳନାୟକ ଭୂମିକାର ଦେଖିବାକୁ ମିଳିଛି । ହିରୋ ଟାଇଗର ଓ ଖଳନାୟକ ସଞ୍ଜୟଙ୍କ ଭିତରେ ଘମାଘୋଟ ଲଢେଇ ଟିଜରରେ ଦେଖିବାକୁ ମିଳିଛି । କେବଳ ଏହି ଦୁଇଜଣ ନୁହେଁ ଏମାନଙ୍କ ସହିତ ହରନାଜ ସାନ୍ଧୁ ଓ ସୋମନ ବାଜବାଙ୍କ ଭିତରେ ବି ଜବରଦସ୍ତ ଆକସନ୍ ଦେଖିବାକୁ ମିଳିଛି । ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରିବେ ବୋଲି ମେକର୍ସ ଆଶା ରଖିଛନ୍ତି । ଟିଜରକୁ ଦର୍ଶକ ଦେଉଥିବା ଭଲ ପାଇବା ସେମାନଙ୍କର ଏହି ବିଶ୍ୱାସକୁ ବଢାଇଛି । ସେପଟେ ଦର୍ଶକ ମଧ୍ୟ ବେଶ ଉତ୍ସାହର ସହିତ ବାଗି ୪ ଦେଖିବାକୁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି ।




