ପସନ୍ଦ ଆସିବ କାହାଣୀ

ପସନ୍ଦ ଆସିବ କାହାଣୀ
Ipsita Picture
By: Ipsita
Published On

 

ର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀଙ୍କ ନୂଆ ଚଳଚ୍ଚିତ୍ର 'ମେଁ ବାପସ ଆଉଙ୍ଗା'ର ଟ୍ରେଲର୍ ରିଲିଜ୍ ହୋଇଛି। 'ଅମର ସିଂ ଚମକିଲା'ର ସଫଳତା ପରେ ସେ ପୁଣି ଏକ ପ୍ରେମ କାହାଣୀକୁ ଦର୍ଶକଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି ।  କାହାଣୀଟି ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିବବୋଲି ମେକର୍ସ ଆଶା ରଖିଛନ୍ତି ।  ୩ ମିନିଟ୍ ୯ ସେକେଣ୍ଡର ଟ୍ରେଲରଟି ଭାବପ୍ରବଣତାରେ ଭରପୂର ଅଛି ଏବଂ ଏହାର କାହାଣୀ ୧୯୪୭ ମସିହାର ଭାରତ ବିଭାଜନ ସମୟ ଉପରେ ଆଧାରିତ। ଚଳଚ୍ଚିତ୍ରଟି ଦୁଇଟି ଭିନ୍ନ ସମୟକୁ ନେଇ ଗତି କରିବ, ଯେଉଁଥିରେ ଦିଲଜିତ ଦୋସାଞ୍ଜ, ଶରଭରୀ ୱାଘ, ବେଦାଙ୍ଗ ରାଇନା ଏବଂ ନସୀରୁଦ୍ଦୀନ ଶାହ ଅଭିନୟ କରିଛନ୍ତି। ଟ୍ରେଲରର ପ୍ରଥମ ଭାଗରେ ଜଣେ ଅସୁସ୍ଥ ବୃଦ୍ଧ ବ୍ୟକ୍ତି ନିଜ ପିଲାଦିନର ପ୍ରେମିକାକୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ଯାହାଙ୍କଠାରୁ ସେ ବିଭାଜନ ସମୟରେ ୭୮ ବର୍ଷ ପୂର୍ବେ ଅଲଗା ହୋଇଯାଇଥିଲେ  । ଏତେ ବର୍ଷ ପରେ ବି ସେ ସେହି ଦୁଃଖକୁ ଭୁଲିନାହାନ୍ତି ଏବଂ ପ୍ରେମିକାଙ୍କ ସହିତ ଭେଟ ହେବାକୁ ମନ ବଳାଇଛନ୍ତି । ଏହାପରେ କାହାଣୀଟି ବିଭାଜନ ପୂର୍ବ ସମୟକୁ ଯାଉଛି, ଯେଉଁଠାରେ ବେଦାଙ୍ଗ ରାଇନା ଏବଂ ଶରଭରୀ ୱାଘ ପରସ୍ପରକୁ ପ୍ରେମ କରୁଛନ୍ତି, କିନ୍ତୁ ପରିସ୍ଥିତି ସେମାନଙ୍କୁ ଅଲଗା କରିଦେଉଛି। ପରବର୍ତ୍ତୀ ସମୟରେ ବେଦାଙ୍ଗଙ୍କ ଚରିତ୍ରର ବୃଦ୍ଧ ଅବସ୍ଥାକୁ ନସୀରୁଦ୍ଦୀନ ଶାହ ଅଭିନୟ କରିଛନ୍ତି, ଯିଏ ଆଜି ବି ନିଜର ସେହି ହଜିଲା ପ୍ରେମକୁ ମନେ ରଖିଛନ୍ତି। କାହାଣୀଟି ଖୁବ ଭାବପ୍ରବଣତାରେ ଭରି ରହିଥିବାରୁ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବବୋଲି ମେକର୍ସ ଆଶା ରଖିଛନ୍ତି ।

Tags: