ପରିବାର କରିଥିଲା ବିରୋଧ
ମୁନି ବଦନାମ ଗୀତଟି ମଲାଇକା ଅରୋରାଙ୍କୁ ଏକ ଏଭଳି ପରିଚୟ ପ୍ରଦାନ କରିଥିଲା, ଯାହାକୁ ଆଜି ବି ଲୋକ ମନେ ରଖିଛନ୍ତି । ତେବେ ଏତେ ସୁନ୍ଦର ଗୀତକୁ କରିବାକୁ ମଲାଇକାଙ୍କୁ ପ୍ରଥମରୁ ଅନେକ ବିରୋଧର ସାମନା କରିବାକୁ ପଡିଥିଲା । କେହି ବାହାରର ଲୋକନୁହେଁ ବରଂ ଘର ପରିବାରର ସଦସ୍ୟ ହିଁ ମଲାଇକାଙ୍କୁ ବିରୋଧ କରିଥିଲେ । ନିକଟରେ ଏହି ଫିଲ୍ମର ନିର୍ଦ୍ଦେଶକ ଏନେଇ କଥା ହୋଇଛନ୍ତି । ତାଙ୍କ ଅନୁସାରେ ମଲାଇକା ଏହି ଗୀତ […]
ମୁନି ବଦନାମ ଗୀତଟି ମଲାଇକା ଅରୋରାଙ୍କୁ ଏକ ଏଭଳି ପରିଚୟ ପ୍ରଦାନ କରିଥିଲା, ଯାହାକୁ ଆଜି ବି ଲୋକ ମନେ ରଖିଛନ୍ତି । ତେବେ ଏତେ ସୁନ୍ଦର ଗୀତକୁ କରିବାକୁ ମଲାଇକାଙ୍କୁ ପ୍ରଥମରୁ ଅନେକ ବିରୋଧର ସାମନା କରିବାକୁ ପଡିଥିଲା । କେହି ବାହାରର ଲୋକନୁହେଁ ବରଂ ଘର ପରିବାରର ସଦସ୍ୟ ହିଁ ମଲାଇକାଙ୍କୁ ବିରୋଧ କରିଥିଲେ । ନିକଟରେ ଏହି ଫିଲ୍ମର ନିର୍ଦ୍ଦେଶକ ଏନେଇ କଥା ହୋଇଛନ୍ତି । ତାଙ୍କ ଅନୁସାରେ ମଲାଇକା ଏହି ଗୀତ କରନ୍ତୁବୋଲି ନିଜେ ସଲମାନ ଓ ଅରବାଜ ଚାହୁଁନଥିଲେ । ହେଲେ ମଲାଇକା ନିଜେ ନିଜର ନିଷ୍ପତ୍ତି ନେବାରେ ବେଶ ପାରଙ୍ଗମ ତେଣୁ ସେ ଏହି ଗୀତ କରିବାକୁ ନିଷ୍ପତ୍ତି ନେଇଥିଲେ । ସେମାନଙ୍କ ବିରୋଧ ପରେ ବି ସେ ଏହି ଗୀତରେ ଡ୍ୟାନ୍ସ କରିଥିଲେ ଏବଂ ପରେ ଏହି ଗୀତଟି ସୁପରହିଟ୍ ହେବା ସହିତ ଅନେକ ରେକର୍ଡ ଭାଙ୍ଗିଥିଲା । ଆଜି ବି ସେହି କଥାକୁ ମଲାଇକା ମନେ ପକାନ୍ତି ବୋଲି ନିର୍ଦ୍ଦେଶକ ଅଭିନବ କଶ୍ୟପ ପ୍ରକାଶ କରିଛନ୍ତି ।




