ପତ୍ରଲେଖାଙ୍କର ରାଗ

ପତ୍ରଲେଖାଙ୍କର ରାଗ
Ipsita Picture
By: Ipsita
Published On

 

ଅଭିନେତ୍ରୀ ତଥା ପ୍ରଯୋଜିକା ପତ୍ରଲେଖା ନିଜର ବଢିଥିବା ଓଜନକୁ ନେଇ ସୋସିଆଲ ମିଡିଆରେ ପାପାରାଜିଙ୍କ ଦ୍ୱାରା ହେଉଥିବା 'ବଡି ଶେମିଂ'ର କଡ଼ା ଜବାବ ଦେଇଛନ୍ତି । ଏକ ପାପାରାଜି ପେଜ୍ ପତ୍ରଲେଖାଙ୍କର ଏକ ଭିଡିଓ ସେୟାର କରି ତାଙ୍କ ଶରୀରରେ ଆସିଥିବା ପରିବର୍ତ୍ତନକୁ ନେଇ ତାଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନିନ୍ଦା କରିବାସହ ପତ୍ରଲେଖା ଲଖିଛନ୍ତି କି ସେ ନିକଟରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି ଏବଂ ଏହି ଶାରୀରିକ ପରିବର୍ତ୍ତନ ଏକ ସ୍ୱାଭାବିକ ପ୍ରକ୍ରିୟା । ନିଜର ଇନଷ୍ଟାଗ୍ରାମ ଷ୍ଟୋରିରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ କୌଣସି ଅଧିକ ଖାଦ୍ୟ ଖାଇବା ଯୋଗୁଁ ମୋଟା ହୋଇନାହାନ୍ତି ବରଂ ପ୍ରସବ ପରବର୍ତ୍ତୀ ସମୟରେ ଶରୀର ଏଭଳି ପ୍ରତିକ୍ରିୟା ଦେଉଛି । ଯାହାକୁ ସମସ୍ତେ ସମ୍ମାନ ଦେବା ଉଚିତ୍। ଏଥିସହିତ ସେ ନିଜର ବ୍ୟକ୍ତିଗତ ଜୀବନ ଓ କାମ ମଧ୍ୟରେ ସନ୍ତୁଳନ ରକ୍ଷା କରି ଦୁଇଟି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ମଧ୍ୟ ତୁଲାଉଥିବା କଥା କହି ଲୋକଙ୍କୁ ଅଧିକ ଦୟାଳୁ ହେବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜକୁମାର ରାଓ ଏବଂ ପତ୍ରଲେଖା ୨୦୨୫ ନଭେମ୍ବରରେ ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି, ଯାହାଙ୍କ ନାମ ସେମାନେ ପାର୍ବତୀ ପଲ୍ ରାଓରଖିଛନ୍ତି ।

Tags: