ପଇସାଦେଉନି ବିଗ ବସ୍ !

ପଇସାଦେଉନି ବିଗ ବସ୍ !
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ମିଳିଥିଲା ୧୬ଟି ନୋମିନେସନ

ଅନେକ ସମୟରେ ବିଗ ବସ ପ୍ରତିଯୋଗୀମାନେ ନିଜ ପାରିଶ୍ରମିକ ମିଳିନଥିବାନେଇ ଅଭିଯୋଗ କରିଥାଆନ୍ତି । ତେବେ ଏହି ତାଲିକାରେ ସାମିଲ ହୋଇଛନ୍ତି ବିଗ୍ ବସ୍-୧୯ର ଟ୍ରଫି ଜିତିଥିବା ଅଭିନେତା ଗୌରବ ଖାନ୍ନା । ନିକଟରେ ସେ ନିଜ ପ୍ରଶଂସକମାନଙ୍କୁ ଜଣାଇଛନ୍ତି ଯେ, ଶୋଜିତିବାର ପ୍ରାୟ ତିନି ମାସ ପରେ ମଧ୍ୟ ତାଙ୍କୁ ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ମୁତାବକ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି, କାର୍ କିମ୍ବା ଅନ୍ୟାନ୍ୟ କୁପନ୍ ମିଳିନାହିଁ । ନିଜ ଭ୍ଲଗ୍ରେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, କମ୍ପାନୀର ଆଭ୍ୟନ୍ତରୀଣ ଅଡିଟ୍ ପ୍ରକ୍ରିୟା ଯୋଗୁଁ ଏହି ସବୁ ଜିନିଷ ମିଳିବାରେ ସାଧାରଣତଃ ବିଳମ୍ବ ହୋଇଥାଏ । ଜଣେ ଟେଲିଭିଜନ କଳାକାର ଭାବେ ସେ ଏହି ପ୍ରକ୍ରିୟା ବିଷୟରେ ଅବଗତ ଅଛନ୍ତି ଏବଂ କମ୍ପାନୀକୁ ସହଯୋଗ କରୁଛନ୍ତି ବୋଲି ଗୌରବ ମତ ଦେଇଛନ୍ତି । ନିଜର ଶାନ୍ତ ଏବଂ ମାର୍ଜିତ ବ୍ୟବହାର ପାଇଁ ସଲମାନ ଖାନଙ୍କ ପ୍ରଶଂସା ସାଉଁଟିଥିବା ଗୌରବ ଆଶାବାଦୀ ଅଛନ୍ତି ଯେ ଖୁବ୍ ଶୀଘ୍ର ତାଙ୍କୁ ନିଜର ପ୍ରାପ୍ୟ ମିଳିଯିବ। ସେ ବିଗ୍ ବସ୍ ପୂର୍ବରୁ ସେଲିବ୍ରିଟି ମାଷ୍ଟର ସେଫ୍ର ବିଜେତା ମଧ୍ୟ ହୋଇସାରିଛନ୍ତି ।

ସମ୍ବନ୍ଧିତ ଖବର ୧୧ ବର୍ଷପରେ ଏକାଠି

Tags: