ନୂଆ ଅବତାରରେ ସୋନାକ୍ଷୀ

ଜି ଷ୍ଟୁଡିଓର ଫିଲ୍ମ “ଜଟାଧାରା’ ୭ ନଭେମ୍ବରରେ ପରଦାକୁ ଆସିବ । ଫିଲ୍ମଟି ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବାନେଇ ସୂଚନା ରହିଛି । ଏହି ଫିଲ୍ମରେ ସୁଧୀର ବାବୁ ଓ ସୋନାକ୍ଷୀ ସିହ୍ନାଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଏଥିରେ ସୋନାକ୍ଷୀଙ୍କର ନୂଆ ଅବତାର ଦର୍ଶକ ଦେଖିବେ ବୋଲି ମୋସନ ପୋଷ୍ଟରରୁ ଜଣା ପଡିଛି । ଏହାର ମୋସନ ପୋଷ୍ଟରକୁ ଦର୍ଶକ ଖୁବ ଭଲ ପାଇବା ଦେବାରେ ଲାଗିଛନ୍ତି । ଫିଲ୍ମଟି ପୌରାଣିକ କଥାବସ୍ତୁରୁ […]

ନୂଆ ଅବତାରରେ ସୋନାକ୍ଷୀ
Samaya Live Picture
Published On

ଜି ଷ୍ଟୁଡିଓର ଫିଲ୍ମ “ଜଟାଧାରା’ ୭ ନଭେମ୍ବରରେ ପରଦାକୁ ଆସିବ । ଫିଲ୍ମଟି ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍‌ ହେବାନେଇ ସୂଚନା ରହିଛି । ଏହି ଫିଲ୍ମରେ ସୁଧୀର ବାବୁ ଓ ସୋନାକ୍ଷୀ ସିହ୍ନାଙ୍କୁ ଦର୍ଶକ ଦେଖିବାକୁ ପାଇବେ । ଏଥିରେ ସୋନାକ୍ଷୀଙ୍କର ନୂଆ ଅବତାର ଦର୍ଶକ ଦେଖିବେ ବୋଲି ମୋସନ ପୋଷ୍ଟରରୁ ଜଣା ପଡିଛି । ଏହାର ମୋସନ ପୋଷ୍ଟରକୁ ଦର୍ଶକ ଖୁବ ଭଲ ପାଇବା ଦେବାରେ ଲାଗିଛନ୍ତି । ଫିଲ୍ମଟି ପୌରାଣିକ କଥାବସ୍ତୁରୁ ପ୍ରେରିତ ହୋଇ ନିର୍ମାଣ ହୋଇଥିବାନେଇ ଆକଳନ କରାଯାଉଛି । ମଣିଷଙ୍କ ଇଚ୍ଛା ଓ ବ୍ରହ୍ମାଣ୍ଡ ମଧ୍ୟରେ ହେଉଥିବା ସଂଘର୍ଷକୁ ନେଇ ଏହି ଫିଲ୍ମର କାହାଣୀ ଗତିଶୀଳ । ଏଥିରେ ସୋନାକ୍ଷୀଙ୍କୁ ଦେବୀଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଏକ ଭିନ୍ନ ଚରିତ୍ରରେ ସୋନାକ୍ଷୀ ପରଦାକୁ ଆସୁଥିବାରୁ ତାଙ୍କ ଫ୍ୟାନମାନେ ଖୁବ ଖୁସି ଅଛନ୍ତି । ଏଥିରେ ସୋନାକ୍ଷୀଙ୍କ ବ୍ୟତିତ ଦିବ୍ୟା ଖୋସଲା କୁମାର, ଶିଳ୍ପା ଶିରୋଡକର, ଇନ୍ଦିରା କୃଷ୍ଣା, ରବି ପ୍ରକାଶ, ନବିନ ନେନୀ ମଧ୍ୟ ନଜର ଆସିବେ । ସୋନାକ୍ଷୀ ମଧ୍ୟ ଏହି ଚରିତ୍ରକୁ ନେଇ ଖୁବ ଆଶାବାଦୀ ଅଛନ୍ତି । ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦର ଫିଲ୍ମ ଭେଟି ଦେବାକୁ ଖୁବ ପରିଶ୍ରମ ମଧ୍ୟ କରିଛନ୍ତି ସୋନାକ୍ଷୀ ।

Tags: