ନୂଆ ଅନ୍ଦାଜରେ ସାମ୍
By: Ipsita
ସମ୍ବନ୍ଧିତ ଖବର ମହିଳା ସାହସୀ ହେବା ଦରକାର
ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବା ସାମଙ୍କୁ ଦର୍ଶକ ଏକ ନୂଆ ଅନ୍ଦାଜରେ ଦେଖିବାକୁ ପାଇବେ । ରାଜ ନିଦିମୋରୁଙ୍କ ସହିତ ବିବାହ ପରେ ବର୍ତ୍ତମାନ କାମକୁ ଫେରିଛନ୍ତି ସାମନ୍ଥା । ନିକଟରେ ସେ ସୋସିଆଲ ମିଡିଆରେ ନିଜର ଆଗାମୀ ଫିଲ୍ମ ମା ଇତନି ବଙ୍ଗାରମର ପୋଷ୍ଟର ଅପଲୋଡ କରିଛନ୍ତି । ଏହି ପୋଷ୍ଟରରେ ତାଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି । ପୋଷ୍ଟର ସହିତ ଫିଲ୍ମର ଟିଜର ମଧ୍ୟ ରିଲିଜ ହୋଇଛି । ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଏଥିରେ ସାମ୍ଙ୍କୁ ଏକ ନୂଆ ରୂପରେ ଦର୍ଶକ ଦେଖିବେ, ଯାହାକୁ ନେଇ ଦର୍ଶକଙ୍କ ଭିତରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଫିଲ୍ମଟିର ପ୍ରଯୋଜନା ଭାର ନିଜେ ସାମନ୍ଥା ରୁଥ ପ୍ରଭୁ ସମ୍ଭାଳିଛନ୍ତି । ତାଙ୍କର ଘରୋଇ ପ୍ରଯୋଜନା ସଂସ୍ଥା ଏହାକୁ ପ୍ରଡ୍ୟୁସ କରୁଥିବା ଜଣା ପଡିଛି । ଏଥିରେ ସାମନ୍ଥାଙ୍କୁ ଏକ ପାୱାରଫୁଲ ଇମେଜରେ ଦେଖିବାକୁ ମିଳିବ ।
ସମ୍ବନ୍ଧିତ ଖବର କଭି ଖୁସି କଭି ଗମ _ ୨
Tags:



