ନବାଗତଙ୍କୁ ମିଳୁଛି ପ୍ରଂଶସା
ଖୁବଶୀଘ୍ର ଆରିଅନ ଖାନ୍ ଓ୍ୱବ୍ ସିରିଜ ଜରିଆରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଏଥିରେ ଆରିଅନ କଳାକାର ନୁହେଁ ବରଂ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ । ଏଥିରେ ଥିବା ଅନେକ ଅଭିନେତାଙ୍କ ଭିତରେ ଜଣେ ଅଭିନେତ୍ରୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ଅନୟା ସିଂ ସ୍ତ୍ରୀ ୨ ଓ ଖୋ ଗୟେ ହମ୍ କାହାଁ ପରେ ବର୍ତ୍ତମାନ ଆରିୟନଙ୍କ ସିରିଜ୍ରେ ନିଜର ଜଲଓ୍ୱା ଦେଖାଇଛନ୍ତି । ଏଥିରେ ତାଙ୍କୁ ଏକ […]
ଖୁବଶୀଘ୍ର ଆରିଅନ ଖାନ୍ ଓ୍ୱବ୍ ସିରିଜ ଜରିଆରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଏଥିରେ ଆରିଅନ କଳାକାର ନୁହେଁ ବରଂ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ । ଏଥିରେ ଥିବା ଅନେକ ଅଭିନେତାଙ୍କ ଭିତରେ ଜଣେ ଅଭିନେତ୍ରୀ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ ଅନୟା ସିଂ ସ୍ତ୍ରୀ ୨ ଓ ଖୋ ଗୟେ ହମ୍ କାହାଁ ପରେ ବର୍ତ୍ତମାନ ଆରିୟନଙ୍କ ସିରିଜ୍ରେ ନିଜର ଜଲଓ୍ୱା ଦେଖାଇଛନ୍ତି । ଏଥିରେ ତାଙ୍କୁ ଏକ ଛୋଟ ଚରିତ୍ରରେ ଦେଖିବାକୁ ମିଳିଲେ ମଧ୍ୟ ସେ ଖୁବ ଦମଦାର ଅଭିନୟ କରିଥିବା ଦେଖିବାକୁ ମିଳିଛି । ଦର୍ଶକଙ୍କୁ ତାଙ୍କ ଅଭିନୟ ଖୁବ ପସନ୍ଦ ଆସିଥୁବା ଦେଖିବାକୁ ମିଳୁଛି । ନିଖୁଣ ଭାବେ ସେ ନିଜ ଚରିତ୍ରକୁ ଜୀବନ୍ତ କରୁଥିବା ଦର୍ଶକ ମତ ଦେବାରେ ଲାଗିଛନ୍ତି । ନିଜର କୌଣସି ଅଭିନୟ ବ୍ୟାକ୍ଗ୍ରାଉଣ୍ଡ ନଥାଇ ମଧ୍ୟ ଖୁବ ଭଲ ଅଭିନୟ କରିଛନ୍ତି ଅନୟା । ପିଲାଦିନୁ ଅଭିନୟରେ ରୁଚି ରଖିଥିବା ଅନୟା ଆଗକୁ ଦର୍ଶକଙ୍କୁ ଆହୁରି ଭଲଭଲ ପ୍ରୋଜେକଫ ଭେଟି ଦେବାକୁ ଆଶା ରଖିଛନ୍ତି । ସେହିଭଳି ଦର୍ଶକ ମଧ୍ୟ ଅନୟାଙ୍କୁ ଭଲ ପାଇବା ଦେଉଥିବା ଦେଖିବାକୁ ମିଳୁଛି । ସେ ନବାଗତ ହେଲେ ମଧ୍ୟ ତାଙ୍କୁ ଖୁବ ପ୍ରଶଂସା ମିଳୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।




