ଦେଶିଗର୍ଲଙ୍କ ନୂଆ ପ୍ରୋଜେକ୍ଟ

ବଲିଉଡ୍‌ର ଦେଶିଗର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଗ୍ଲୋବାଲ୍‌ ଆଇକନ୍‌ରେ ପରିଣତ ହୋଇସାରିଛନ୍ତି । ବି ଟାଉନ୍‌ ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ହଜେଇ ସାରିବା ପରେ ହଲିଉଡ୍‌ରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବାରେ ସଫଳ ହୋଇପାରିଛନ୍ତି । ନିକଟରେ ସେ ତାଙ୍କ ନୂଆ ବ୍ୟାକ୍‌ ଟୁ ବ୍ୟାକ୍‌ ହଲିଉଡ୍‌ ପ୍ରୋଜେକ୍ଟ ସମ୍ବନ୍ଧରେ ସେୟାର କରିଛନ୍ତି । ଶେଷଥର ପାଇଁ ହଲିଉଡ୍‌ ଷ୍ଟାର୍‌ ରିଚାର୍ଡ ମାଡେନ୍‌ଙ୍କ ଅଭିନୀତ ସ୍ପାଏ ଆକ୍ସନ ଥ୍ରିଲର ସିରିଜ୍‌ […]

Samaya Live Picture
Published On

ବଲିଉଡ୍‌ର ଦେଶିଗର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଗ୍ଲୋବାଲ୍‌ ଆଇକନ୍‌ରେ ପରିଣତ ହୋଇସାରିଛନ୍ତି । ବି ଟାଉନ୍‌ ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ହଜେଇ ସାରିବା ପରେ ହଲିଉଡ୍‌ରେ ମଧ୍ୟ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବାରେ ସଫଳ ହୋଇପାରିଛନ୍ତି । ନିକଟରେ ସେ ତାଙ୍କ ନୂଆ ବ୍ୟାକ୍‌ ଟୁ ବ୍ୟାକ୍‌ ହଲିଉଡ୍‌ ପ୍ରୋଜେକ୍ଟ ସମ୍ବନ୍ଧରେ ସେୟାର କରିଛନ୍ତି । ଶେଷଥର ପାଇଁ ହଲିଉଡ୍‌ ଷ୍ଟାର୍‌ ରିଚାର୍ଡ ମାଡେନ୍‌ଙ୍କ ଅଭିନୀତ ସ୍ପାଏ ଆକ୍ସନ ଥ୍ରିଲର ସିରିଜ୍‌ ସିଟାଡେଲ୍‌ରେ ନଜର ଆସିଥିଲେ । ଏହାର ଦ୍ୱିତୀୟ ପାର୍ଟରେ ମଧ୍ୟ ସେ ନଜର ଆସିବେ । ହେଲେ ବର୍ତ୍ତମାନ ସେ ତାଙ୍କ ନୂଆ ପ୍ରୋଜେକଫ ‘ଦି ବ୍ଲଫ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଏହି ଫିଲ୍ମକୁ ସାଇନ୍‌ କରିଛନ୍ତି,ଯାହାର କାହାଣୀ ୧୮୦୦ ଶତାବ୍ଦୀ ଉପରେ ପର୍ଯ୍ୟବସିତ ଏକ ପିରିୟଡ୍‌ ଡ୍ରାମା ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି । ରୁସୋ ବ୍ରଦର୍ସଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମ ସହିତ ପ୍ରିୟଙ୍କାଙ୍କୁ ସିଟାଡେଲ୍‌ ୨ ଓ ହେଡ୍ସ ଅଫ୍‌ ଷ୍ଟେଟ୍‌ରେ ମଧ୍ୟ ଦେଖିବାକୁ ମିଳିବ ।

Tags: