ଦୀପିକାଙ୍କୁ କ୍ୟାନ୍ସର
ସସୁରାଲ ସିମର ଫେମ୍ ଦୀପିକା କକରଙ୍କୁ କ୍ୟାନ୍ସର ହୋଇଥିବା ନେଇ ସୂଚନା ମିଳିଛି । ଏହ ଖବର ଜଣା ପଡିବାପରେ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିବାରେ ଲାଗିଛନ୍ତି । ତାଙ୍କ ଫ୍ୟାନଙ୍କ ପାଇଁ ଏହା ଖୁବ ଦୁଃଖଦ ଖବର ଭାବେ ଉଭା ହୋଇଛି । ସମସ୍ତେ ତାଙ୍କ ପରିବାର ପାଇଁ ଖୁବ ଚିନ୍ତିତ ଅଛନ୍ତି । ଦୀପିକାଙ୍କର ଏକ ଛୋଟ ଛୁଆ ରହିଥିବାରୁ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ […]
ସସୁରାଲ ସିମର ଫେମ୍ ଦୀପିକା କକରଙ୍କୁ କ୍ୟାନ୍ସର ହୋଇଥିବା ନେଇ ସୂଚନା ମିଳିଛି । ଏହ ଖବର ଜଣା ପଡିବାପରେ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିବାରେ ଲାଗିଛନ୍ତି । ତାଙ୍କ ଫ୍ୟାନଙ୍କ ପାଇଁ ଏହା ଖୁବ ଦୁଃଖଦ ଖବର ଭାବେ ଉଭା ହୋଇଛି । ସମସ୍ତେ ତାଙ୍କ ପରିବାର ପାଇଁ ଖୁବ ଚିନ୍ତିତ ଅଛନ୍ତି । ଦୀପିକାଙ୍କର ଏକ ଛୋଟ ଛୁଆ ରହିଥିବାରୁ ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ତେବେ କ୍ୟାନ୍ସର ହୋଇଥିବାର ସୂଚନା ନିଜେ ଦୀପିକା ଦେଇଛନ୍ତି । ସୂଚନା ଅନୁସାରେ ତାଙ୍କ ଲିଭରରେ ଷ୍ଟୋନ ନେଇ ସୂଚନା ମିଳିବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଯେଉଁଥିରେ ଏକ ଟୁ୍ୟମର ବାହାର କରାଯାଇଥିଲା ଏବଂ ପରେ ଏହି ଟୁ୍ୟମରର ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରେ ମିଳିଥିବା ସୂଚନା ଅନୁସାରେ ତାଙ୍କୁ ଷ୍ଟେଜ ୨ କ୍ୟାନ୍ସର ହୋଇଛି । ସେହିଭଳି ଦୀପିକାଙ୍କର ଭଗବାନଙ୍କ ଉପରେ ଭରସା ଅଛି ଏବଂ ସେ ଖୁବ ଶୀଘ୍ର ଏହି ରୋଗରୁ ମୁକ୍ତ ହୋଇଯିବେ ବୋଲି ପ୍ରକାଶ କରିଛନ୍ତି । ସେ ଏନେଇ ଖୁବ ସକରାତ୍ମକ ଭାବନା ରଖିଛନ୍ତି ଯାହା ତାଙ୍କୁ ଏହି ରୋଗ ସହ ଲଢିବାରେ ସହଯୋଗ କରିବ ବୋଲି ଦୀପିକା ପ୍ରକାଶ କରିଛନ୍ତି । ସେହିଭଳି ନିଜର ଫ୍ୟାନଙ୍କ ଭଲ ପାଇବା ଓ ପ୍ରାର୍ଥନା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଦୀପିକାଙ୍କ ସୋସିଆଲ ମିଡିଆ ସହିତ ତାଙ୍କ ସ୍ୱାମୀ ସୋଏବ ମଧ୍ୟ ଏକ ଭିଡିଓ ପୋଷ୍ଟ କରି ଏନେଇ ସୂଚନା ଦେଇଛନ୍ତି ।




