ଦି ଫ୍ୟାମିଲି ମ୍ୟାନ

ଦି ଫ୍ୟାମିଲି ମ୍ୟାନ େଓ୍ୱବ ସିରିଜ ସବୁବେଳେ ଚର୍ଚ୍ଚା ସାଉଁଟିଥାଏ । ଏହାର ଦୁଇଟି ସିଜିନ ଆଗରୁ ରିଲିଜ ହୋଇସାରିଛି, ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଦ୍ୱିତୀୟ ସିଜିନ ରିଲିଜ ପରେ ଏହାର ତୃତୀୟ ଭାଗକୁ ଦର୍ଶକ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଯାହାର ଅନ୍ତ ଘଟିଛି, ଖୁବଶୀଘ୍ର ଅର୍ଥାତ ୨୧ ନଭେମ୍ବରରେ ଏହାର ତୃତୀୟ ଭାଗର ପ୍ରିମିଅର ଆସିବା ନେଇ ସୂଚନା ମିଳିଛି । ସିରିଜରେ ପୁଣି ଥରେ ମନୋଜ […]

ଦି ଫ୍ୟାମିଲି ମ୍ୟାନ
Samaya Live Picture
Published On

ଦି ଫ୍ୟାମିଲି ମ୍ୟାନ େଓ୍ୱବ ସିରିଜ ସବୁବେଳେ ଚର୍ଚ୍ଚା ସାଉଁଟିଥାଏ । ଏହାର ଦୁଇଟି ସିଜିନ ଆଗରୁ ରିଲିଜ ହୋଇସାରିଛି, ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଦ୍ୱିତୀୟ ସିଜିନ ରିଲିଜ ପରେ ଏହାର ତୃତୀୟ ଭାଗକୁ ଦର୍ଶକ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ଯାହାର ଅନ୍ତ ଘଟିଛି, ଖୁବଶୀଘ୍ର ଅର୍ଥାତ ୨୧ ନଭେମ୍ବରରେ ଏହାର ତୃତୀୟ ଭାଗର ପ୍ରିମିଅର ଆସିବା ନେଇ ସୂଚନା ମିଳିଛି । ସିରିଜରେ ପୁଣି ଥରେ ମନୋଜ ବାଜପେୟୀଙ୍କୁ ଶ୍ରୀକାନ୍ତ ତିଓ୍ୱାରୀ ଚରିତ୍ରରେ ଦେଖିବାକୁ ମିଳିବ । ସେହିଭଳି ଲିଡ ଆକେଫ୍ରସ ରୋଲରେ ପ୍ରିୟାମଣୀଙ୍କୁ ଦର୍ଶକ ଦେଖିବାକୁ ପାଇବେ । ନିକଟରେ ମେକର୍ସ ଏକ ଛୋଟ ମଜାଦାର ଭିଡିଓ ଜାରି କରି ଏହି ସୂଚନା ଦର୍ଶକଙ୍କ ସହିତ ସେୟାର କରିଛନ୍ତି । ସୋସିଆଲ ମିଡିଆରେ ଉକ୍ତ ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନ ଏହାକୁ ଭଲ ପାଇବା ଦେଉଥିବା ଦେଖିବାକୁ ମିଳିଛି । ଅନ୍ୟ ସିଜିନ ଭଳି ଏହି ସିଜିନଟି ମଧ୍ୟ ଖୁବ ହିଟ ହେବବୋଲି ମେକର୍ସ ଆଶା ରଖିଛନ୍ତି । ୨୦୧୯ରେ ଏହାର ପ୍ରଥମ ସିଜିନ୍‌ ଓ ୨୦୨୧ରେ ଏହାର ଦ୍ୱିତୀୟ ସିଜିନ ରିଲିଜ ହୋଇଥିଲା ।

Tags: