ଦାମୀ ଅଭିନତା
ସଲମାନ ଖାନ ବଲିଉଡର ନାମୀଦାମୀ ଅଭିନେତା ତାଲିକାରେ ସବୁଠାରୁ ଆଗରେ ରହିଥାଆନ୍ତି । ଅନେକ ସମୟରେ ସେ ନିଜର ଫିସ୍ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଥାଆନ୍ତି । ତେବେ ବର୍ତ୍ତମାନ ମଧ୍ୟ ସଲମାନ ନିଜ ଫିସ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସାମନାକୁ ଆସିଛି ସଲମାନ ଖାନଙ୍କର ବିଗ୍ବସ୍ର ପାରିଶ୍ରମିକ । ବିଗ୍ବସର ମାତ୍ର ୧୫ ସପ୍ତାହ ହୋଷ୍ଟ କରିବାକୁ ସଲମାନ ୧୨୦ ରୁ ୧୫୦ କୋଟି ନେବେ ବୋଲି ସୂଚନା ମିଳିଛି । ପ୍ରତି […]
ସଲମାନ ଖାନ ବଲିଉଡର ନାମୀଦାମୀ ଅଭିନେତା ତାଲିକାରେ ସବୁଠାରୁ ଆଗରେ ରହିଥାଆନ୍ତି । ଅନେକ ସମୟରେ ସେ ନିଜର ଫିସ୍ ପାଇଁ ମଧ୍ୟ ଚର୍ଚ୍ଚାକୁ ଆସିଥାଆନ୍ତି । ତେବେ ବର୍ତ୍ତମାନ ମଧ୍ୟ ସଲମାନ ନିଜ ଫିସ୍ ପାଇଁ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସାମନାକୁ ଆସିଛି ସଲମାନ ଖାନଙ୍କର ବିଗ୍ବସ୍ର ପାରିଶ୍ରମିକ । ବିଗ୍ବସର ମାତ୍ର ୧୫ ସପ୍ତାହ ହୋଷ୍ଟ କରିବାକୁ ସଲମାନ ୧୨୦ ରୁ ୧୫୦ କୋଟି ନେବେ ବୋଲି ସୂଚନା ମିଳିଛି । ପ୍ରତି ସପ୍ତାହ ପାଇଁ ସେ ୮ରୁ ୧୦ କୋଟି ଚାର୍ଜ କରିଛନ୍ତି । ପୂର୍ବରୁ ମଧ୍ୟ ବିଗ୍ବସ ଫିସ୍ ପାଇଁ ସଲମାନ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ସଲମାନଙ୍କର ଏହି ଫିସ୍ ସାମନାକୁ ଆସିବାପରେ ଫ୍ୟାନ୍ମାନେ ତାଙ୍କୁ ଦାମୀ କଳାକାରର ଆଖ୍ୟା ଦେବାରେ ଲାଗିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଶୋର କଣ୍ଟେଷ୍ଟାଣ୍ଟସଙ୍କ ନାଁ ସାମନାକୁ ଆସି ନାହିଁ । କିନ୍ତୁ ଅନେକ କଳାକାର ଯେପରି ଧନଶ୍ରୀ ବର୍ମା, ଅପୁର୍ବା ମୁଖାର୍ଜୀ, ମିଷ୍ଟର ଫେସୁ, ଖୁସି ଦୁବେଙ୍କ ଭଳି ନାଁ ସାମିଲ ଅଛି । ପୂର୍ବରୁ ବିଗବସ୍ର ସମସ୍ତ ସିଜିନ ହିଟ୍ ହୋଇଛି । ସେହିଭଳି ଏହି ସିଜିନ୍ ମଧ୍ୟ ହିଟ୍ ହେବ ବୋଲି ଫ୍ୟାନମାନେ ଆଶା ରଖିଛନ୍ତି ।




