ଦମ୍ ଦେଖାଇବେ ନୋରା
ଦିଲ୍ବର, କମରିଆ, କୁସୁ କୁସୁ ଆଦି ଭଳି ଏକାଧିକ ଗୀତରେ ଠୁମକା ଲଗାଇ ଦର୍ଶକଙ୍କୁ ମୋହିତ କରିଥିଲେ ଡ୍ୟାନ୍ସ ଡିଭା ନୋରା ଫତେହି । ସେ ତାଙ୍କ ଡ୍ୟାନ୍ସର ଜଲୱା ଦେଖାଇ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଗଢ଼ିଥିଲେ । ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରୀର ସ୍ୱାଦ ଚାଖିବା ପରେ ସେ ଖୁବ୍ଶୀଘ୍ର କନ୍ନଡ଼ ଇଣ୍ଡଷ୍ଟ୍ରୀରେ ଡେବୁ୍ୟ କରିବାକୁ ଯାଉଛନ୍ତି । ଏହି କ୍ରମରେ ସେ ଦୁଇଟି କନ୍ନଡ଼ ଫିଲ୍ମ ସାଇନ୍ କରିଥିବାବେଳେ […]
ଦିଲ୍ବର, କମରିଆ, କୁସୁ କୁସୁ ଆଦି ଭଳି ଏକାଧିକ ଗୀତରେ ଠୁମକା ଲଗାଇ ଦର୍ଶକଙ୍କୁ ମୋହିତ କରିଥିଲେ ଡ୍ୟାନ୍ସ ଡିଭା ନୋରା ଫତେହି । ସେ ତାଙ୍କ ଡ୍ୟାନ୍ସର ଜଲୱା ଦେଖାଇ ବଲିଉଡ୍ ଇଣ୍ଡଷ୍ଟ୍ରୀରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଗଢ଼ିଥିଲେ । ବଲିଉଡ୍ ଓ ସାଉଥ୍ ଇଣ୍ଡଷ୍ଟ୍ରୀର ସ୍ୱାଦ ଚାଖିବା ପରେ ସେ ଖୁବ୍ଶୀଘ୍ର କନ୍ନଡ଼ ଇଣ୍ଡଷ୍ଟ୍ରୀରେ ଡେବୁ୍ୟ କରିବାକୁ ଯାଉଛନ୍ତି । ଏହି କ୍ରମରେ ସେ ଦୁଇଟି କନ୍ନଡ଼ ଫିଲ୍ମ ସାଇନ୍ କରିଥିବାବେଳେ ତାଙ୍କ ପ୍ରଥମ କନ୍ନଡ଼ ଫିଲ୍ମର ଟାଇଟଲ୍ ରହିଛି ‘କେଡି- ଦି ଡେଭିଲ୍’ । ଏଥିରେ ନୋରାଙ୍କ ସହିତ ସଞ୍ଜୟ ଦତ୍ତ ଡ୍ୟାନ୍ସ କରୁଥିବାର ନଜର ଆସିବେ । ଏହାବ୍ୟତୀତ ଶିଳ୍ପା ସେଟ୍ଟୀ ଓ ବିଜୟ ସେତୁପତିଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି । ଫିଲ୍ମଟିର ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇବେ କତନ୍ନଡ଼ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ନିର୍ଦ୍ଦେଶକ ପ୍ରେମ । ନିଜର ବିଗ୍ ଡେବୁ୍ୟକୁ ନେଇ ନୋରା ବେଶ୍ ଏକ୍ସାଇଟେଡ୍ ଅଛନ୍ତି ।




