ତନୁଶ୍ରୀଙ୍କ ଅଭିଯୋଗ

ତନୁଶ୍ରୀଙ୍କ ଅଭିଯୋଗ
Ipsita Picture
By: Ipsita
Published On

 

ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ମୃତ୍ୟୁ ଓ ତାଙ୍କ ଅନ୍ତିମ ସଂସ୍କାରକୁ ନେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଏକ ଇନ୍‌ଷ୍ଟାଗ୍ରାମ୍ ଲାଇଭ୍‌ ମାଧ୍ୟମରେ କେତେକ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି । ତନୁଶ୍ରୀ ଅଭିଯୋଗ କରିଛନ୍ତି ଯେ, ବଲିଉଡ୍ କିମ୍ବା ଗଣମାଧ୍ୟମର କୌଣସି ବ୍ୟକ୍ତି ନାନା ପାଟେକରଙ୍କ ମୃତଦେହ ଦେଖିନାହାନ୍ତି ଏବଂ ଶ୍ରଦ୍ଧାଞ୍ଜଳି ଦେବା ପାଇଁ କୌଣସି ପ୍ରାର୍ଥନା ସଭାର ଆୟୋଜନ ମଧ୍ୟ କରାଯାଇନଥିଲା । ହିନ୍ଦୁ ପରମ୍ପରା ଅନୁସାରେ ସୂର୍ଯ୍ୟାସ୍ତ ପରେ ଦାହସଂସ୍କାର କରାଯାଉନଥିବା ସତ୍ତ୍ୱେ, ପୁଣେ ନିକଟସ୍ଥ ଡୋଞ୍ଜେ ଗ୍ରାମର ଏକ ଫାର୍ମହାଉସ୍‌ରେ ଅକ୍ଟୋବର ୮ ରାତିରେ ଅତି ତରବରିଆ ଭାବେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବା ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି । ଏହାସହ ନାନାଙ୍କୁ ହସ୍ପିଟାଲ ନେବା, ମୃତ ଘୋଷଣା କରିବା କିମ୍ବା ପୋଷ୍ଟମର୍ଟମ୍‌ର କୌଣସି ଭିଡିଓ କିମ୍ବା ଫଟୋ ନଆସିବା ଏବଂ ଦାହସଂସ୍କାର ସମୟରେ ମୁହଁ ଢଙ୍କା ହୋଇଥିବା ନେଇ ସେ ଦାବି କରିଛନ୍ତି । ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ପୋଲିସ ତଦନ୍ତରୁ ବଞ୍ଚିବା ପାଇଁ ଜାଲ୍ ମୃତ୍ୟୁ ପ୍ରମାଣପତ୍ର ହାସଲ କରାଯାଇଥିବା ଏବଂ ନାନା ପାଟେକର ଜୀବିତ ଥାଇ ସିଙ୍ଗାପୁର କିମ୍ବା ମାଲେସିଆରେ ଥାଇପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି । ଯେଉଁଥିପାଇଁ ସେ ଡିଏନ୍‌ଏ  ପରୀକ୍ଷା ଦାବି କରିଛନ୍ତି । ସୂଚନାଯୋଗ୍ୟ, ୨୦୦୪ର ଫେମିନା ମିସ୍ ଇଣ୍ଡିଆ ୟୁନିଭର୍ସ ବିଜେତ୍ରୀ ତନୁଶ୍ରୀ ଦତ୍ତା ୨୦୦୮ରେ 'ହର୍ଣ୍ଣ ଓକେ ପ୍ଲିଜ୍' ଫିଲ୍ମ ସୁଟିଂ ସମୟରେ ନାନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଯାହା ୨୦୧୮ର ' #ମି ଠୁ ' ଆନ୍ଦୋଳନ ସମୟରେ ପୁଣି ଚର୍ଚ୍ଚାକୁ ଆସିଥିଲା, ଯଦିଓ ୨୦୧୯ଜୁନ୍‌ରେ ପୋଲିସ ନାନା ପାଟେକରଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା । ୨୦୨୪ରେ ଏକ ସାକ୍ଷାତକାରରେ ନାନା ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଥିଲେ ।

Tags: