ଡ୍ୟାନ୍ସ କିଣିଲା ମନ

ଡ୍ୟାନ୍ସ କିଣିଲା ମନ
Ipsita Picture
By: Ipsita
Published On

 

ଲୁଧିଆନାସ୍ଥିତ ଫିରୋଜପୁର ରୋଡର 'ମହାରାଜା ମେନସନ'ରେ ଆୟୋଜିତ ଏକ  କକ୍‌ଟେଲ୍ ପାର୍ଟିରେ ବଲିଉଡର ଡାନ୍ସିଂ କୁଇନ୍ ନୋରା ଫତେହି ନିଜର ଆକର୍ଷଣୀୟ ପ୍ରଦର୍ଶନ ଜରିଆରେ ସମସ୍ତଙ୍କ ମନ ଜିଣିଛନ୍ତି। ସହରର ଜଣେ ପ୍ରତିଷ୍ଠିତ ସମାଜସେବୀଙ୍କ ପୁଅଙ୍କ ବିବାହ ପୂର୍ବରୁ ଆୟୋଜିତ ଏହି ଉତ୍ସବରେ ପ୍ରାୟ ୭୦୦ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ । ନୋରା ନିଜର ଲୋକପ୍ରିୟ ଗୀତ 'ଓ ସାକି ସାକି' ଏବଂ 'ଓଃ ମାମା ତେତେମା' ଭଳି ଗୀତରେ ଜବରଦସ୍ତ ଡାନ୍ସ ମୁଭ୍‌ସ ଦେଖାଇ ଉପସ୍ଥିତ ସମସ୍ତଙ୍କୁ ମୁଗ୍ଧ କରିଥିଲେ । ପାଖାପାଖି ୪୦ ମିନିଟର ଏହି କାର୍ଯ୍ୟକ୍ରମରେ ଅତିଥିମାନେ ନୋରାଙ୍କ ସହ ସେଲଫି ନେବା ପାଇଁ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ନୋରାଙ୍କ ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦର୍ଶକମାନେ ସୋସିଆଲ ମିଡିଆରେ ମଧ୍ୟ ନୋରାଙ୍କ ଡ୍ୟାନ୍ସର ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

Tags: