ଡେବ୍ୟୁ ପାଇଁ ରେଡି

ନ୍ୟାସା ଦେବଗନ ବର୍ତ୍ତମାନ ନିଜ ବିଟାଉନ୍‌ ଡେବ୍ୟୁକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଜୟ ଦେବଗନ ଓ କାଜୋଲଙ୍କ ତନୟା ନ୍ୟାସା ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଥାଆନ୍ତି । ତେବେ ଷ୍ଟାରକିଡ୍‌ଙ୍କ ରେସ୍‌ରେ ତାଙ୍କୁ କେତେ ମାଇଲେଜ୍‌ ମିଳିବ ସେନେଇ ଦର୍ଶକ କଳନା କରିବା ଆରମ୍ଭ କରିସାରିଲେଣି । ନ୍ୟାସା ଦେବଗନ୍‌ ପ୍ରଥମରୁ ଏହି ଷ୍ଟାରକିଡ୍‌ ଜଣଙ୍କ ଖୁବ ଚର୍ଚ୍ଚାରେ ରହିଥାଆନ୍ତି । କେତେବେଳେ ନିଜର ସ୍କିନ୍‌ କଲରକୁ ନେଇ ତ କେତେବେଳେ […]

ଡେବ୍ୟୁ ପାଇଁ ରେଡି
Samaya Live Picture
Published On

ନ୍ୟାସା ଦେବଗନ ବର୍ତ୍ତମାନ ନିଜ ବିଟାଉନ୍‌ ଡେବ୍ୟୁକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ଅଜୟ ଦେବଗନ ଓ କାଜୋଲଙ୍କ ତନୟା ନ୍ୟାସା ଅନେକ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟିଥାଆନ୍ତି । ତେବେ ଷ୍ଟାରକିଡ୍‌ଙ୍କ ରେସ୍‌ରେ ତାଙ୍କୁ କେତେ ମାଇଲେଜ୍‌ ମିଳିବ ସେନେଇ ଦର୍ଶକ କଳନା କରିବା ଆରମ୍ଭ କରିସାରିଲେଣି ।
ନ୍ୟାସା ଦେବଗନ୍‌ ପ୍ରଥମରୁ ଏହି ଷ୍ଟାରକିଡ୍‌ ଜଣଙ୍କ ଖୁବ ଚର୍ଚ୍ଚାରେ ରହିଥାଆନ୍ତି । କେତେବେଳେ ନିଜର ସ୍କିନ୍‌ କଲରକୁ ନେଇ ତ କେତେବେଳେ ନିଜର କସମେଟିକ୍‌ ସର୍ଜରୀକୁ ନେଇ । ବିଭିନ୍ନ କଥା ପାଇଁ ଲାଇମ୍‌ ଲାଇଟ୍‌ରେ ରହୁଥିବା ନ୍ୟାସା ବର୍ତ୍ତମାନ ନିଜର ଡେବ୍ୟୁକୁ ନେଇ ଚର୍ଚ୍ଚାରେ । ଖୁବଶୀଘ୍ର ତାଙ୍କୁ ବଡପରଦାରେ ଦେଖିବାକୁ ମିଳିବ । ନିକଟରେ ପରିଚିତ ଫ୍ୟାଶନ ଡିଜାଇନର ତଥା ପ୍ରଯୋଜକ ମନୀଷ ମଲହୋତ୍ରା ନ୍ୟାସାଙ୍କର ଏକ ଫଟୋ ପୋଷ୍ଟ କରି ସିନେମା ନ୍ୟାସାଙ୍କର ଅପେକ୍ଷା କରିଥିବାନେଇ କ୍ୟାପସନରେ ଲେଖିଛନ୍ତି । ଏହାପରେ ସୋସିଆଲ ମିଡିଆରେ ନ୍ୟାସାଙ୍କର ବଲିଉଡ ଡେବ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ୨୦୦୩ରେ ଜନ୍ମିତ ନ୍ୟାସା କାଜୋଲ ଓ ଅଜୟ ଦେବଗନ୍‌ଙ୍କର ଝିଅ । ଅନ୍ୟ ଷ୍ଟାରକିଡ୍‌ଙ୍କ ଭଳି ତାଙ୍କୁ ମଧ୍ୟ ଅନେକ ସମୟରେ ଗଣମାଧ୍ୟମରେ ଦେଖିବାକୁ ମିଳିଥାଏ । ତେବେ ସେ ଅଧିକାଂଶ ସମୟରେ ନିଜର କସମେଟିକ୍‌ ସର୍ଜରୀ ଓ ଲୁକ୍‌ ପାଇଁ ସମାଲୋଚନାର ଶିକାର ହୋଇଥାଆନ୍ତି । କିଛି ଟ୍ରୋଲର୍ସ ନ୍ୟାସାଙ୍କୁ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଟ୍ରୋଲ କରି ଥାଆନ୍ତି । ହେଲେ ନିକଟରେ ନ୍ୟାସାଙ୍କୁ ଗ୍ରୁମିଂ ହେଉଥିବାର ଦେଖିବାକୁ ମିଳିଥିଲା । ଯାହା ତାଙ୍କର ବଲିଉଡ ଏଣ୍ଟ୍ରିକୁ ଚର୍ଚ୍ଚାକୁ ଆଣିଥିଲା । କେବଳ ଅଭିନୟ ନୁହେଁ ଫିଲ୍ମ ମେକିଂରେ ମଧ୍ୟ ରୁଚି ରଖନ୍ତି ନ୍ୟାସା । ଧିରୁଭାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢିଥିବା ନ୍ୟାସା ନିଜର ସ୍କୁଲ ପ୍ରୋଜେକଫ ପାଇଁ ନିଜ ପରିଶ୍ରମରେ ଏକ ସର୍ଟଫିଲ୍ମ ମଧ୍ୟ ପ୍ରସ୍ତୁତ କରିଥିଲେ । ଏହି ଫିଲ୍ମଟି ପବ୍ଲିକ୍‌ ଡୋମେନ୍‌ରେ ରିଲିଜ୍‌ ହୋଇ ନାହିଁ । ନ୍ୟାସାଙ୍କର କେବଳ ବାପା ମା’ ନୁହେଁ ମାଉସୀ ଓ ଆଇ ମଧ୍ୟ ଜଣେଜଣେ ଅଭିନେତ୍ରୀ । ତେଣୁ ନାସାଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପିଲାଦିନୁ ଫିଲ୍ମ ଅଭିନେତାଙ୍କ ସହିତ ବଡ ହେବା ଫଳରେ ତାଙ୍କର ରୁଚି ମଧ୍ୟ ଅଭିନୟ ପାଇଁ ବଢିଛି । ସୋସିଆଲ ମିଡିଆରେ ଆକଫିଭ ରହୁଥିବାରୁ ନ୍ୟାସାଙ୍କ ଡେବ୍ୟୁନେଇୟୁଜର୍ସ ଖୁବ ପଜିଟିଭ୍‌ ରେସପନ୍ସ ଦେଉଥିବା ଦେଖିବାକୁ ମିଳୁଛି ।

Tags: