ଡେଟିଂକୁ ନେଇ ଚର୍ଚ୍ଚାରେ
ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ସାହିବା ବାଲିଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାପରେ ଉଭୟଙ୍କର ଡେଟିଂକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ଲଣ୍ଡନର ଲର୍ଡସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚ୍ ଦେଖୁଥିବାର ନଜର ଆସିଥିଲେ । ତେବେ ଏହି ଆଲୋଚନା ଉପରେ ଏବେ ସାହିବା ବାଲି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ଲର୍ଡସ୍ ଷ୍ଟାଡିୟମରୁ ଅର୍ଜୁନଙ୍କ ସହ ଏକ ଫଟୋ ସେୟାର କରି ସେ ସବୁ କଥାକୁ ବିଶ୍ୱାସ କରନ୍ତୁ ନାହିଁ ଲେଖି ଏହି ପ୍ରେମ ସମ୍ପର୍କର ଗୁଜବକୁ ଖଣ୍ଡନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଜଣେ ୟୁଜର ସାହିବାଙ୍କୁ ଭୁଲରେ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଭାବି ନେଇଥିବାରୁ ସେ ସେହି ସ୍କ୍ରିନଶଟ୍ ସେୟାର କରି ସବୁ କଥାକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ଲେଖିଥିଲେ । ୨୦୧୮ରେ ଇମ୍ତିଆଜ ଅଲ୍ଲୀଙ୍କ ଫିଲ୍ମ 'ଲୈଲା ମଜନୁ'ରୁ ବଲିଉଡରେ ଡେବ୍ୟୁ କରିଥିବା ସାହିବା 'ବାର୍ଡ ଅଫ୍ ବ୍ଲଡ୍', 'ଅମର ସିଂହ ଚମକିଲା' ଏବଂ 'ତନାବ' ଭଳି ଚର୍ଚ୍ଚିତ ପ୍ରୋଜେକ୍ଟରେ କାମ କରିବା ସହ ଜଣେ ଜଣାଶୁଣା କଣ୍ଟେଣ୍ଟ କ୍ରିଏଟର ଓ ପୋଡକାଷ୍ଟର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଅନ୍ୟପଟେ, ଦୀର୍ଘ ୬ ବର୍ଷର ସମ୍ପର୍କ ପରେ ୨୦୨୪ରେ ମଲାଇକାଙ୍କଠାରୁ ଅଲଗା ହୋଇଥିବା ଅର୍ଜୁନ କପୁର ଶେଷ ଥର ପାଇଁ ୨୦୨୫ରେ ମୁଦସର ଅଜିଜଙ୍କ ରୋମାଣ୍ଟିକ କମେଡି ଫିଲ୍ମ 'ମେରେ ହସବ୍ୟାଣ୍ଡ କି ବିବି'ରେ ଭୂମି ପେଡନେକର ଏବଂ ରକୁଲ ପ୍ରୀତ ସିଂହଙ୍କ ସହ ନଜର ଆସିଥିଲେ ।




