ଟ୍ରୋଲର୍ସଙ୍କୁ ଜବାବ
ରିଆଲିଟି ଶୋ' 'ଲକ୍ ଅପ୍ ୨'ର ପ୍ରତିଯୋଗୀ ଆକାଂକ୍ଷା ଚାମୋଲା ଶୋ' ଚାଲିଥିବା ସମୟରେ ନିଜ ପର୍ସନାଲ ଲାଇଫକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା । ଯାହାର ଜବାବ ବର୍ତ୍ତମାନ ସେ ଦେଇଛନ୍ତି । ଏକ ସାକ୍ଷାତକାରରେ ଆକାଂକ୍ଷା ସ୍ପଷ୍ଟ କରିଛନ୍ତି ଯେ, ଗୌରବ ଶୋ'କୁ ତାଙ୍କୁ ସମର୍ଥନ କରିବା ପାଇଁ ନୁହେଁ, ବରଂ ନିଜର ନାମ କ୍ଲିୟର କରିବାକୁ ଆସିଥିଲେ। ସେ କହିଛନ୍ତି ଯେ ଯେଉଁ ବ୍ୟକ୍ତିଙ୍କଠାରୁ ସେ ଡିଭୋର୍ସ ନେବାକୁ ଯାଉଛନ୍ତି, ତାଙ୍କଠାରୁ ସେ କୌଣସି ସମର୍ଥନ ଆଶା କରୁନଥିଲେ । ଗୌରବଙ୍କ ଉପସ୍ଥିତି ଗେମ୍ରେ ତାଙ୍କୁ କୌଣସି ସାହାଯ୍ୟ କରିନଥିଲା । ଏହାସହ ଟ୍ରୋଲର୍ସମାନଙ୍କୁ ସମାଲୋଚନା କରି ସେ କହିଛନ୍ତି ଯେ ଲୋକମାନେ କେବଳ ଗୌରବଙ୍କ ନାମକୁ ନେଇ ସିଲେକ୍ଟିଭ୍ ଭାବେ ତାଙ୍କୁ ଟାର୍ଗେଟ୍ ନକରନ୍ତୁ । ବରଂ ସେ ଗୌରବଙ୍କୁ ନିଜ ପିତାମାତାଙ୍କ ସହ ସମାନ ସ୍ଥାନ ଦେଇଥିବା କଥାକୁ ମଧ୍ୟ ସ୍ୱୀକାର କରନ୍ତୁ । ଯଦି ସେ ଭୁଲ୍ ବୋଲି ପ୍ରମାଣିତ ହୁଅନ୍ତି ତେବେ କ୍ଷମା ମାଗିବାକୁ ପ୍ରସ୍ତୁତ ବୋଲି ଆକାଂକ୍ଷା ମତ ଦେଇଛନ୍ତି ।




