ଚରିତ୍ର ଅନେକ କିଛି ଶିଖାଇଛି
ନିତେଶ ତିୱାରୀଙ୍କ ବହୁଭାଷୀ ମେଗା ପ୍ରକଳ୍ପ 'ରାମାୟଣ' କୁ ନେଇ ଅନେକ ଚର୍ଚ୍ଚା ଜାରି ରହିଛି । ଏଥିରେ ରାମଙ୍କ ଭୂମିକାରେ ରଣବୀର କପୁରଙ୍କୁ ଦେଖିବାକୁ ମିଳିବ । ତେବେ ଏହି ଚରିତ୍ର ପାଇଁ ସେ ଖୁବ ପରିଶ୍ରମ କରିଥିବାନେଇ ନିଜେ ପ୍ରକାଶ କରିଛନ୍ତି । ଫିଲ୍ମ ଆରମ୍ଭରୁ ମନରେ ଥିବା ଭୟ ସୁଟିଂ ଆରମ୍ଭପରେ ଧୀରେଧୀରେ କମିଥିଲା । ପ୍ରଥମେ ଅଭିନୟକୁ ନେଇ ସନ୍ଦେହ ଥିଲେ ବି ପରବର୍ତ୍ତୀ ସମୟରେ ଏହା କୃତଜ୍ଞତା ଓ ନୈତିକ କର୍ତ୍ତବ୍ୟରେ ପରିଣତ ହୋଇଥିଲା । ରଣବୀରଙ୍କ ଏହି କଥାକୁ ସାଉଥ୍ ସୁପରଷ୍ଟାର୍ ୟଶ ବହୁତ ପ୍ରଶଂସା କରିବା ସହ ରଣବୀରଙ୍କ କଠିନ ପରିଶ୍ରମ, ନିଷ୍ଠା ଏବଂ ଶାରୀରିକ ପରିବର୍ତ୍ତନକୁ ଉଚ୍ଚ ପ୍ରଶଂସା କରିଥିଲେ । ନମିତ ମାଲହୋତ୍ରାଙ୍କ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସାଇ ପଲ୍ଲବୀ, ସନ୍ନି ଦେଓଲ ଓ ରବି ଦୁବେଙ୍କ ଭଳି କଳାକାରଙ୍କ ଅଭିନୀତ ଏହି ମେଗା ବଜେଟ୍ ସିନେମାଟି ୨୦୨୬ ଦୀପାବଳି ଅବସରରେ ଏହା ରିଲିଜ ହେବବୋଲି ଯୋଜନା ରହିଛି ।
Tags:




