ଘୁଞ୍ଚୁଛି ତାରିଖ

ଘୁଞ୍ଚୁଛି ତାରିଖ
Ipsita Picture
By: Ipsita
Published On

 

 ଅଭିନେତା ବରୁଣ ଧୱନ, ମୃଣାଳ ଠାକୁର ଏବଂ ପୂଜା ହେଗଡେଙ୍କ ଅଭିନୀତ ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର 'ହୈ ଜୱାନୀ ତୋ ଇସ୍କ ହୋନା ହୈ'ର ରିଲିଜ ତାରିଖ ଘୁଞ୍ଚିବାରେ ଲାଗିଛି । ପୂର୍ବରୁ ଏହି ଫିଲ୍ମଟି ଜୁନ୍ ୫, ୨୦୨୬ରେ ରିଲିଜ୍ ହେବାର ଥିଲା, କିନ୍ତୁ ଏବେ ଏହାକୁ ଗୋଟିଏ ସପ୍ତାହ ଘୁଞ୍ଚାଇ ଜୁନ୍ ୧୨କୁ ନିଆଯାଇଛି ।  ସୁପରଷ୍ଟାର ୟଶ୍ଙ୍କ ଫିଲ୍ମ 'ଟକ୍ସିକ୍'  ଜୁନ୍ ୪ରେ ରିଲିଜ ହେବା ପାଇଁ ଧାର୍ଯ୍ୟ କରାଯାଇଛି । ତେଣୁ ବକ୍ସ ଅଫିସରେ ଅନାବଶ୍ୟକ ପ୍ରତିଦ୍ୱନ୍ଦ୍ୱିତା ଏଡ଼ାଇବା ଏବଂ ପରସ୍ପରକୁ ସହଯୋଗ କରିବା ପାଇଁ  ଏହି ପଦକ୍ଷେପ ନିଆଯାଇଥିବା ନେଇ ଆଲୋଚନା ହେଉଛି । ନିର୍ଦ୍ଦେଶକ ଡେଭିଡ୍ ଧୱନ ଏବଂ ବରୁଣ ଧୱନଙ୍କ ବାପା-ପୁଅ ଯୋଡ଼ିର ଏହା ଚତୁର୍ଥ ପ୍ରୋଜେକ୍ଟ ହୋଇଥିବା ବେଳେ, ଏହି ଲଭ୍-ଟ୍ରାଏଙ୍ଗଲ କାହାଣୀରେ ମନୀଷ ପଲ୍, ମୌନୀ ରୟ ଏବଂ ଜିମି ଶେରଗିଲ୍ଙ୍କ ଭଳି କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ସେହିଭଳି ଏଥିରେ ମୃଣାଳଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ, ଯେଉଁଥିପାଇଁ ତାଙ୍କ ଫ୍ୟାନମାନେ ଏହାକୁ ଦେଖିବାକୁ ଉତ୍ସାହିତ ହୋଇ ଚାହିଁ ରହିଛନ୍ତି ।

Tags: