ଗ୍ୟାଙ୍ଗଷ୍ଟର ଆୟୁସ

ବଲିଉଡ ଷ୍ଟାର ଆୟୁସ ଶର୍ମା ପରଦାକୁ ଏକ ନୂଆରୂପରେ ଆସୁଛନ୍ତି। ଡେବ୍ୟୁ ଫିଲ୍ମ ‘ଲଭୟାତ୍ରୀ’ରେ ସ୍ୱିଟ୍‌ ଓ ଇନୋସେଣ୍ଟ୍ ଲୁକ୍‌ରେ ନଜର ଆସିଥିବା ଆୟୁସ ଏବେ ପରଦାରେ ନିଜର ଗ୍ରେ ସେଡ୍‌ ଦେଖାଇବେ। ଆଗକୁ ସେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।ଆୟୁସ ଏହି ଫିଲ୍ମ ପାଇଁ ଅନେକ ଦିନ ହେଲାଣି ବହୁତ ପରିଶ୍ରମ କରୁଛନ୍ତି। ସେ ନିଜ ବଡିଶେପ୍‌କୁ ଆକର୍ଷଣୀୟ କରିବା ପାଇଁ ଦିନରାତି ଲାଗିପଡ଼ିଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ […]

Samaya Live Picture
Published On

ବଲିଉଡ ଷ୍ଟାର ଆୟୁସ ଶର୍ମା ପରଦାକୁ ଏକ ନୂଆରୂପରେ ଆସୁଛନ୍ତି। ଡେବ୍ୟୁ ଫିଲ୍ମ ‘ଲଭୟାତ୍ରୀ’ରେ ସ୍ୱିଟ୍‌ ଓ ଇନୋସେଣ୍ଟ୍ ଲୁକ୍‌ରେ ନଜର ଆସିଥିବା ଆୟୁସ ଏବେ ପରଦାରେ ନିଜର ଗ୍ରେ ସେଡ୍‌ ଦେଖାଇବେ। ଆଗକୁ ସେ ଜଣେ ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିବାକୁ ଯାଉଛନ୍ତି।ଆୟୁସ ଏହି ଫିଲ୍ମ ପାଇଁ ଅନେକ ଦିନ ହେଲାଣି ବହୁତ ପରିଶ୍ରମ କରୁଛନ୍ତି। ସେ ନିଜ ବଡିଶେପ୍‌କୁ ଆକର୍ଷଣୀୟ କରିବା ପାଇଁ ଦିନରାତି ଲାଗିପଡ଼ିଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେଆର୍‌ କରିଥିଲେ। ଏହି ଫଟୋରେ ଆୟୁସ ଏକଦମ୍‌ ହଟକେ ଲାଗୁଛନ୍ତି। ସିକ୍ସପ୍ୟାକ୍‌ ବଡି ସହ ସେ ବେଶ୍ ଦମ୍‌ଦାର୍‌ ଲାଗୁଛନ୍ତି। ଏହି ଫଟୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ହେଲା ଯେ ସେ ସଲ୍‌ମାନଙ୍କ ସହ କୌଣସି ଆକ୍ସନ୍‌ ଫିଲ୍ମରେ କାମ କରିବେ। ତେବେ ବର୍ତ୍ତମାନ ଏହା କୁହାଯାଉଛି ଯେ ସେ ତାଙ୍କ ଆଗାମୀ ଫିଲ୍ମରେ ଗ୍ୟାଙ୍ଗଷ୍ଟର ରୋଲ୍‌ ପାଇଁ ଏଭଳି ବଡି ବନାଇଛନ୍ତି।ସଲ୍‌ମାନ୍‌ ଓ ଆୟୁସ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲି’ରେ ସ୍କ୍ରିନ୍ ଶେଆର କରିବେ। କିନ୍ତୁ ପରେ ଜଣାପଡ଼ିଲା ଯେ ଏହି ଫିଲ୍ମରେ ଆୟୁସ ନଜର ଆସିବେ ନାହିଁ। ବର୍ତ୍ତମାନ ଆୟୁସ ତାଙ୍କ ଅପକମିଂ ଫିଲ୍ମ ‘କ୍ୱାଥା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

Tags: