ଗାଙ୍ଗୁଲିଙ୍କର ହେବ ବାୟୋପିକ୍
ବଲିଉଡ୍ରେ ଚାଲିଛି ବାୟୋପିକ୍ର ଟ୍ରେଣ୍ଡ। ବିଶେଷକରି ଖେଳାଳିମାନଙ୍କ ଉପରେ ବାୟୋପିକ୍ କରିବାକୁ ବଲିଉଡ୍ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଭଲ ପାଉଛନ୍ତି। ଏହି କ୍ରମରେ ସାମିଲ୍ ହୋଇଯାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସୂଚନା ଅନୁଯାୟୀ ତାଙ୍କ ଉପରେ ନିର୍ମିତ ବାୟୋପିକ୍ ଫିଲ୍ମଟି ବଲିଉଡ୍ର ପ୍ରଖ୍ୟାତ୍ ନିର୍ଦ୍ଦେଶକ କରଣ ଜୋହର ତିଆରି କରିବେ। ଆଉ ଏଥିରେ ଲିଡ୍ ରୋଲ୍ରେ ଅଭିନୟ କରିବେ ହ୍ରିତିକ୍ ରୋଶନ୍। କିଛିଦିନ ତଳେ ସୌରଭ ଗାଙ୍ଗୁଲିଙ୍କୁ […]
ବଲିଉଡ୍ରେ ଚାଲିଛି ବାୟୋପିକ୍ର ଟ୍ରେଣ୍ଡ। ବିଶେଷକରି ଖେଳାଳିମାନଙ୍କ ଉପରେ ବାୟୋପିକ୍ କରିବାକୁ ବଲିଉଡ୍ର ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ଭଲ ପାଉଛନ୍ତି। ଏହି କ୍ରମରେ ସାମିଲ୍ ହୋଇଯାଇଛନ୍ତି ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି। ସୂଚନା ଅନୁଯାୟୀ ତାଙ୍କ ଉପରେ ନିର୍ମିତ ବାୟୋପିକ୍ ଫିଲ୍ମଟି ବଲିଉଡ୍ର ପ୍ରଖ୍ୟାତ୍ ନିର୍ଦ୍ଦେଶକ କରଣ ଜୋହର ତିଆରି କରିବେ। ଆଉ ଏଥିରେ ଲିଡ୍ ରୋଲ୍ରେ ଅଭିନୟ କରିବେ ହ୍ରିତିକ୍ ରୋଶନ୍। କିଛିଦିନ ତଳେ ସୌରଭ ଗାଙ୍ଗୁଲିଙ୍କୁ ଏକ ଟକ୍ ଶୋ’ରେ ପ୍ରଶ୍ନ କରାଯାଇଥିଲା ଯେ ତାଙ୍କ ଉପରେ ବାୟୋପିକ୍ଟିଏ ହେଲେ ସେ ବଲିଉଡ୍ର କେଉଁ ଅଭିନେତାଙ୍କୁ ତାଙ୍କ ଚରିତ୍ରରେ ଦେଖିବାକୁ ଚାହିଁବେ। ଏହାର ଉତ୍ତରରେ ଦାଦା କହିଥିଲେ ଯେ ସେ ହ୍ରିତିକ୍ ରୋଶନ୍ଙ୍କୁ ତାଙ୍କ ଚରିତ୍ରରେ ଦେଖିବାକୁ ଚାହିଁବେ। ଏଥିସହ ସେ ଶୋ’ରେ ହ୍ରିତିକ୍ଙ୍କ ଅଭିନୟକୁ ବହୁତ ପ୍ରଶଂସା କରିଥିଲେ। ଗାଙ୍ଗୁଲି କହିଥିଲେ, “ମୁଁ ହ୍ରିତିକ୍ଙ୍କର ଜଣେ ବଡ଼ ଫ୍ୟାନ୍। ଦାଦାଙ୍କ ପସନ୍ଦ ମୁତାବକ ହ୍ରିତିକ୍ ଯଦି ରାଜି ହୋଇଯାଆନ୍ତି ତେବେ ଗାଙ୍ଗୁଲିଙ୍କ ଭୂମିକାରେ ତାଙ୍କୁ ହିଁ ଦେଖିବାକୁ ମିଳିବ। ଏହା ପୂର୍ବରୁ ଏକ୍ତା କପୁର ଏହି ବାୟୋପିକ୍ ତିଆରି କରିବାକୁ ଚାହୁଁଥିଲେ। ଏ ନେଇ ସେ ଗାଙ୍ଗୁଲିଙ୍କ ସହ କଥା ମଧ୍ୟ ହୋଇଥିଲେ। ହେଲେ କୌଣସି କାରଣରୁ ଏହା ଆଗକୁ ବଢ଼ିପାରିନଥିଲା।




